‘ଆକା’ ସୁପର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଵୋଧପୁର ଚମ୍ପିୟାନ

କଟକ ସଦର ,୧୪/୧୧/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗରର ଅଗ୍ରଣୀ ଆଞ୍ଚଳିକ କଳା ଓ କ୍ରୀଡ଼ା ଆସୋସିଏସନ୍ (ଆକା) ପକ୍ଷରୁ କିଶନନଗର ଖେଳ ପଡ଼ିଆରେ ଏକ ମାସ ଧରି ଅନୁଷ୍ଠିତ ହୋଇଥିବା ପଞ୍ଚମ ଆକା ସୁପର କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆଜି ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି। ଉକ୍ତ ପ୍ରତିଯୋଗିତାରେ ୧୦ଟି ଟିମ୍ ଭାଗ ନେଇଥିବା ଵେଳେ ଫାଇନାଲରେ ଆୟୋଜକ କିଶନନଗର ଟିମ୍ କୁ  ଟାଇ ଵେ୍ରକର ଯୋଗେ ହରାଇ ଵୋଧପୁର ଟିମ୍ ଚମ୍ପିୟାନ ହେଇଥିଲା। ଏହି ଉପଲକ୍ଷେ ଆକା ର ସଭାପତି ଇଂ ଦେଵଵଵ୍ରତ ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ପୁରସ୍କାର ବିତରଣ ସଭାରେ ଅତିଥି ଭାବେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଯୋଗ ଦେଇ ଚମ୍ପିୟାନ ଦଳକୁ ଟ୍ରଫି ଓ ଅର୍ଥ ରାଶି ଏଵଂ ରନର୍ସ ଟିମକୁ ଟ୍ରଫି ଓ ଅର୍ଥ ରାଶି ପ୍ରଦାନ କରିଥିଲେ।ଖେଳ ଦେଖିବାକୁ ପଡ଼ିଆରେ ଭରପୁର କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା

Leave a Reply

Your email address will not be published. Required fields are marked *