ଭୁବନେଶ୍ୱର, ୫ /୭/୨୦୨୪ (ଓଡ଼ିଶା ସମାଚାର)- ପୁରୁଣା ଭୁବନେଶ୍ୱର ଯୁବସଂଗଠନ ପକ୍ଷରୁ ୧୫ତମ ବାର୍ଷିକ ଦୁଇଦିନିଆ ଯାତ୍ରାମହୋତ୍ସବ ସାମନ୍ତରାପୁରସ୍ଥିତ ରୟାଲରିସୋର୍ଟ୍ଟ ଠାରେ ଅନୁଷ୍ଠିତ ହୋଇଯାଇଛି । ‘କଳଙ୍କ ମୋ ପାଇଁ ଚନ୍ଦନ ଟୋପା’ ଓ ‘ଆସିଛିଏକା ଯବିମୁଁଏକା’ ନାଟକ ମଂଚସ୍ଥ ହୋଇଥିଲା । ସଭାପତି ପ୍ରଦୀପ ସେନାପତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଯାତ୍ରା ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ଉଦଘାଟନ କରି ନାଟକ ଦ୍ୱାରା ସମାଜରେ ଭାଇ•ରାରା ସେତୁବନ୍ଧ ଭଳି କାର୍ଯ୍ୟକରେ । ଆଜିର ଦୁନିଆରେ ଗ୍ରାମାଂଚଳରେକାଁଭାଁ ଯାତ୍ରାମହୋତ୍ସବ ଅନୁଷ୍ଠିତ ହେଉଥିବାବେଳେ ସହରରେଏହା ପ୍ରାୟ ବନ୍ଦ ହୋଇ ଲୋପ ପାଇଯାଇଛି । ତେଣୁ ଆଜି ରାଜଧାନୀରେଏହି ଯାତ୍ରା ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ ଅନୁଷ୍ଠିତ ହେଉଥିବାରୁ ଭୂୟସୀ ପ୍ରଶଂଶା କରିଥିଲେ । ଓଡ଼ିଶାର ଯାତ୍ରା ସଂସ୍କୃତିକୁ ବଂଚାଇ ରଖିଥିବାରୁ ସଂସ୍କୃତି ବିଭାଗ ତରଫରୁ ୩ ଲକ୍ଷଟଙ୍କା ଦେବା ପାଇଁ ଘୋଷଣା କରିଥିଲେ । ଯାତ୍ରାର ନିର୍ଦ୍ଧେଶକ ଫେଲୁଭାଇ, ସଙ୍ଗୀତ ନିର୍ଦ୍ଧେଦଶ ସନ୍ତୋଷ ଖାଡ଼େଙ୍ଗା, କର୍ପୋରେଟର ବିରଂଚି ନାରାୟଣ ମହାସୁପକାର, ସାମନ୍ତରାପୁର ବଜାରର ସଭାପତି ତଥା ମୁରବୀ କୃଷ୍ଣଚନ୍ଦ୍ର ସେନାପତି, ସଂଗଠନର କୋଷାଧ୍ୟକ୍ଷ ପ୍ରତାପ କୁମାର ମଲ୍ଲିଆ, ଉପଦେଷ୍ଟା ବେନା ଭାଇ, ଉପସ୍ଥାପନା ମିଷ୍ଟର ରବିକୁମାର, ଅଭିନୟନରେ କାଳିଆ ସେନାପତି, ସୋମନାଥ ବିଶ୍ୱାଳ, ଦୀନବନ୍ଧୁ ବେହେରା, ଶିଶିର ଦାସ, ବଳିଆ ସିଂ, ପପି ପ୍ରମୁଖ ଅଭିନୟ କରି ଦର୍ଶକଙ୍କୁ ପ୍ରେରଣା ଦେଇଥିଲେ । ନାରୀ ଭୂମିକାରେ ମାମା, ନିନା, ଉର୍ବଶୀ, ରତନୀ ରାଣୀ ଓ ପୂର୍ଣ୍ଣିମା ସିଂ ଆଦି ଅଭିନୟରେ ଭାଗ ନେଇଥିଲେ ।