ଶୋକ ସମାଚାର : ଗାଙ୍ଗପଡା ସମିତି ସଭ୍ୟା ସନ୍ଧ୍ୟାରାଣୀଙ୍କ ବିୟୋଗ

କେନ୍ଦ୍ରାପଡ଼ା, ୨୩/୬/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ବ୍ଲକ ଅଧିନ ଗାଙ୍ଗପଡ଼ା ପଂଚାୟତ ସମିତିସଭ୍ୟା ସନ୍ଧ୍ୟାରାଣୀ ସେଠୀଙ୍କର ୩୫ବର୍ଷ ବୟସରେ ବିୟୋଗ ହୋଇଯାଇଛି । ଗତ ୫ ଦିନ ତଳେ ହଠାତ ତାଙ୍କ ଶରୀର ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତି କରାଯାଇଥିଲା ଓ ପରେ ଗୁରୁତର ହୋଇପଡିବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ତାଙ୍କର ବିୟୋଗ ହୋଇଯାଇଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ବିୟୋଗ ଖବର ପାଇ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, କଟକ ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ କଟକ ବଡ଼ ଡାକ୍ତରଖାନାରେ ପହଂଚି ଶେଷ ଦର୍ଶନ କରିଥିଲେ । ମୃତଦେହ ବ୍ୟବଚ୍ଛେଦ ପରେ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଗାଙ୍ଗପଡ଼ା ପଂଚାୟତକୁ ଅଣାଯାଇଥିଲା । ସେଠାରେ କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ବ୍ଲକ ଉପାଧ୍ୟକ୍ଷା ପ୍ରତାପ ନାରାୟଣ ମହାପାତ୍ର, ପୂର୍ବତନ ଜିଲା ପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ, ଦୁର୍ଗାଶିଷ ମହାନ୍ତି, ଗାଙ୍ଗପଡ଼ା ସରପଂଚ ଅଶ୍ୱିନୀ ପାତ୍ର, ଆଲୋକ ସାହୁ, ମମତାରାଣୀ ଧଳ, ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଦେବେନ୍ଦ୍ର ପରିଡ଼ା, ଗୋପିନାଥ ମଲିକ,ଜିତେନ୍ଦ୍ର ରାଉତ,ଅର୍ଜ୍ଜୁନ ପଲେଇ,ପ୍ରଫୁଲ୍ଲ ମଲିକ, ମିନତୀ ସାହୁ, ବିଭୂତି ପତି, ରବିନ୍ଦ୍ର ସାହୁ, ଜୟପ୍ରକାଶ ଗିରିଙ୍କ ସମେତ କେନ୍ଦ୍ରାପଡ଼ା ବ୍ଲକର ସମସ୍ତ ସମିତିସଭ୍ୟ ଓ ସରପଂଚ ପ୍ରମୁଖ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରବର୍ଗକଙ୍କୁ ସମବେଦନା ଜଣାଇଥିଲେ । ସ୍ୱର୍ଗତା ସେଠୀଙ୍କ ୧୦ ବର୍ଷର ଏକ ଝିଅ ଓ ୫ ବର୍ଷର ଏକ ପୁଅ ଅଛି । ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

Leave a Reply

Your email address will not be published. Required fields are marked *