୧୨ରୁ ବନ୍ଦ ଶିମିଳିପାଳ ଅଭୟାରଣ୍ୟ

ମୟୁରଭଞ୍ଜ,୦୭/୬/୨୦୨୪ (ଓଡ଼ିଶା ସମାଚାର)- ୧୨ ତାରିଖରୁ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ହେବ ଶିମିଳିପାଳ ଅଭୟାରଣ୍ୟ। ଅକ୍ଟୋବର ମାସ ପର୍ୟ୍ୟନ୍ତ ବନ୍ଦ ରହିବା ନେଇ ଶୁକ୍ରବାର ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ଷା ଋତୁ ଆସୁଥିବାରୁ ପର୍ୟ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଅଭୟାରଣ୍ୟ ବନ୍ଦ ରହିବ।ଆସନ୍ତା ୧୦ ତାରିଖ ସୁଦ୍ଧା ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ କରିବା ପାଣିପାଗ ବିଭାଗ ସୂଚନା ଦେବା ପରେ ଆସନ୍ତା ୧୨ ତାରିଖରୁ ପର୍ଯ୍ୟଟକ ମାନଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ ।

Leave a Reply

Your email address will not be published. Required fields are marked *