ଭାରତୀୟ ଭାଷା ଆନ୍ଦୋଳନ(ଓଡ଼ିଶା) ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ
ଭୁବନେଶ୍ୱର,୨୯/୧୧/୨୦୨୩ (ଓଡ଼ିଶା ସମାଚାର)-ଭାରତୀୟ ସମ୍ବିଧାନ ବିଶ୍ୱର ସର୍ବବୃହତ ସମ୍ବିଧାନ, ସମ୍ବିଧାନ ପ୍ରଦାନ କରିଥିବା ମୋ÷ଳିକ ଅଧିକାର ନାଗରିକର ସର୍ବ ଶ୍ରେଷ୍ଠ ଅଧିକାର । ତେବେ ମୌଳିକ ଅଧିକାରର ସୁରକ୍ଷା କରି ସୁରକ୍ଷିତ ଭାବରେ ଉପଭୋଗ କରିବାକୁ ହେଲେ ମୌଳିକ କାର୍ଯ୍ୟଧାରା ମଧ୍ୟ ସୁଚାରୁରୂପେ ସମ୍ପାଦନ ହେବା ଜରୁରୀ । ସେଥିପାଇଁ ସମସ୍ତ ନାଗରିକ ଜାଗ୍ରତ ପ୍ରହରୀ ସଦୃଶ କାର୍ଯ୍ୟ କରିବା ଜରୁରୀ ବୋଲି ବିଶିଷ୍ଟ ବକ୍ତାମାନେ ମତପୋଷଣ କରିଛନ୍ତି । ସ୍ଥାନୀୟ ହୋଟେଲ କଳିଙ୍ଗ ଅଶୋକ ପରିସରରେ ଭାରତୀୟ ଭାଷା ଆନ୍ଦୋଳନ (ଓଡିଶା ଶାଖା) ଆନୁକୂଲ୍ୟରେ ଆୟୋଜିତ ପବିତ୍ର ସମ୍ବିଧାନ ଦିବସ ପାଳନ ଅବସରରେ ଉପରୋକ୍ତ ବକ୍ତବ୍ୟ ବକ୍ତାମାନେ ମତପୋଷଣ କରିଛନ୍ତି । ଆୟୋଜିତ ଏହି ଭବ୍ୟ ସମାରୋହରେ ଆଇନଜୀବୀ ପ୍ରତିଭା ବର୍ମା ତଥା ଭାରତୀୟ ଭାଷା ଆନ୍ଦୋଳନର ରାଷ୍ଟ୍ରୀୟ ସହ ପ୍ରମୁଖ ସଭାପତିତ୍ୱ କରିଥିଲେ । ଭୁବନେଶ୍ୱର ବାର୍ ଆସୋସିଏସନ୍ ର ପୂର୍ବତନ ସଭାପତି ଦୁର୍ଗାମାଧବ ମିଶ୍ର, ଆଇନଜୀବୀ ମିତ୍ରଭାନୁ ମହାପାତ୍ର ପ୍ରମୁଖ ବିଶେଷ ଅତିଥି ଭାବରେ ଯୋଗ ଦେଇ ସାରଗର୍ଭକ ମତାମତ ଉପସ୍ଥାପନ କରିବା ସହ ଭାରତୀୟ ସମ୍ବିଧାନରେ ପ୍ରଦାନ ମୋ÷ଳିକ ଅଧିକାରର ସୁରକ୍ଷା ଆଜି ଅପରିହାର୍ଯ୍ୟ ବୋଲି ଦର୍ଶାଇବା ସହ ଭାରତୀୟ ଭାଷା ଆନ୍ଦୋଳନର ଗୁରୁତ୍ୱପୂର୍ଣ୍ଣ ସଫଳତମ କାର୍ଯ୍ୟକଳାପର ଭୂୟସୀ ପ୍ରଶଂସା କରିଥିଲେ । ଭାରତୀୟ ସମ୍ବିଧାନ ପ୍ରଦତ ମୌଳିକ ଅଧିକାର ସୁଚାରୁ ରୂପେ ସୁରକ୍ଷା କରାନଗଲେ ସମ୍ବିଧାନର ବୈଶିଷ୍ଟତା ସଂକଟମୁଖୀ ପର୍ଯ୍ୟାୟ ଦେଇ ଗତି କରିବ ବୋଲି ଦର୍ଶାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଲେଖକ ତଥା ବିଶ୍ୱମୁକ୍ତି ସମ୍ପାଦକ ଶଶାଙ୍କ ଚୁଡାମଣି ଯୋଗ ଦେଇ ସମ୍ବିଧାନ ଦିବସ ସମ୍ପର୍କରେ ବିଶଦ ଆଲୋଚନା କରିବା ସହ ଭାରତୀୟ ଭାଷା ଆନ୍ଦୋଳନର ସଫଳତମ ଦିଗ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ (ଆଶା ପ୍ରଦୀପ)ର ସମ୍ପାଦିକା ବ୍ରାହ୍ମୀପି୍ରଯା ସାମନ୍ତରାୟ, ସୁଶ୍ରୀ ସନ୍ଧ୍ୟାରାଣୀ ତି୍ରପାଠୀ (ରାଜ୍ୟ ଶାଖା ଉପସଭାପତି), ଜଗନ୍ନାଥ ପ୍ରସାଦ ସାହୁ, ଜ୍ୟୋତି ପଣ୍ଡା, ସୁଜାତାରାଣୀ କର, ଶ୍ୟାମା ମହାନ୍ତି, ଶ୍ୱେତା ପଟ୍ଟନାୟକ, ଭାଗ୍ୟବତୀ ରାଉତରାୟ, ସ୍ନିଗ୍ଧାରାଣୀ ସାହୁ, ସ୍ନିଗ୍ଧା ମହାନ୍ତି, ବିଶ୍ୱରଞ୍ଜନ ପରମଗୁରୁ, ପ୍ରଭାତ ରଞ୍ଜନ ସାମଲ, ପ୍ରଶାନ୍ତ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ବହୁମୂଲ୍ୟ ମତାମତ ଉପସ୍ଥାପନ କରିଥିଲେ ।