କଟକ ସଦର , ୨୫/୦୫/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ନିର୍ବାଚନ ର ପୂର୍ବଦିନ ଅର୍ଥାତ୍ ୨୪ ତାରିଖ ଶୁକ୍ରବାର ରାତିରେ କମିଶନରେଟ କନ୍ଦରପୁର ଥାନା ଅନ୍ତର୍ଗତ ଦେଓପୁର ଠାରେ ଜନୈକ ଯୁବକ କୁ ଆତତାୟୀ ମାନେ ସଂଘବଦ୍ଧ ଭାବେ ଗଳାକାଟି ନିର୍ମମ ହତ୍ୟା କରିଥିବା ଆଜି ଶନିବାର ସକାଳେ ଜଣାପଡିଛି। ପ୍ରକାଶ ଯେ ଉକ୍ତ ଗ୍ରାମର କଟକରେ ଏକ ଘରୋଇ ସଂସ୍ଥାରେ ଗାଡି ଚାଳକ ଥିବା ସରୋଜ କୁମାର ଭୋଇ (୩୫) ରାତିରେ କେଉଁଆଡେ ଯାଇଥିଲେ। ହେଲେ ରାତିରେ ନଫେରିଵାରୁ କାଳେ ବାହାର ଘରେ ଗରମ ଯୋଗୁଁ ଶୋଇଥିଵେ ସେଥିପାଇଁ ଖୋଜାଖୋଜି କରିନଥିବା ପତ୍ନୀ ମିଲି ଭୋଇ କହିଛନ୍ତି। ହେଲେ ଆଜି ସକାଳେ ଜଣାପଡ଼ିଲା ଯେ ଘରଠାରୁ ଏକ କିମି ଦୂର ଟିକିଯୋରୀ ନିକଟରେ ସରୋଜଙ୍କର ଗଳାକାଟା ଶଵ ପଡ଼ିଛି। ଏଵଂ ତାଙ୍କର ସ୍କୁଟି ଟି କିଛି ଦୂରରେ ରହିଛି। ଆଜି ସକାଳେ ଜଣାପଡିବା ପରେ ଘଟଣାସ୍ଥଳକୁ ଲୋକଙ୍କ ସୁଅ ଛୁଟିଥିଲା ବେଳେ କଟକ ଡିସିପି ପ୍ରକାଶ ଆର୍,ଏସିପି କୃଷ୍ଣ ଚନ୍ଦ୍ର ସେଠୀ,ଏସିପି ଦେବଦତ୍ତ କର, କନ୍ଦରପୁର ଥାନା ଆଇଆଇସି ରାଧାକାନ୍ତ ସାହୁ ପ୍ରମୁଖ ବହୁ ପଦାଧିକାରୀ ଙ୍କ ସମେତ ସାଇଣ୍ଟିଫ ଟିମ୍ ଓ ସଂଧାନୀ କୁକୁର ପହଞ୍ଚି ହତ୍ୟାକାଣ୍ଡ ର କାରଣ ଓ ଅପରାଧୀଙ୍କ ସମ୍ପର୍କରେ ଛାନଭିନ ଚଳାଇ ମୃତକଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ କଟକ ବଡ ଡାକ୍ତରଖାନାକୁ ପଠାଇଛନ୍ତି। ଏହା ରାଜନୈତିକ ହତ୍ୟାକାଣ୍ଡ ନାଁ ପୂର୍ଵ ଶତୃତାରୁ ହତ୍ୟା ତାହା ଅସ୍ପଷ୍ଟ ରହିଥିବା ବେଳେ ଏକାଧିକ ଅପରାଧୀ ଏଥିରେ ସଂପୃକ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମୃତକ ସରୋଜଙ୍କର ଏକ ୪ ବର୍ଷର ଶିଶୁ କନ୍ୟା ଥିବା ବେଳେ ପତ୍ନୀ ମିଲି ଅନ୍ତସ୍ୱତା ଥିବା ଜଣାପଡିଛି। ମାଓବାଦୀ ଷ୍ଟାଇଲରେ ଏଭଳି ନାରକୀୟ ହତ୍ୟାକାଣ୍ଡ ପାଇଁ ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇଥିବା ବେଳେ ଆଜିର ଭୋଟ ପୁଲିଙ୍ଗ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି ।
ଯୁବକଙ୍କୁ ଗଳାକାଟି ହତ୍ୟା,କାରଣ ଅସ୍ପଷ୍ଟ, ଘଟଣା ସ୍ଥଳରେ ଡିସିପି
