ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀ ଗିରଫ

ଜୟପୁର/ କଟକ, ୨୮/୧୧/୨୦୨୩ (ଓଡ଼ିଶା ସମାଚାର)- ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କୁ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ତାଙ୍କଠାରୁ ବିପୁଳ ଟଙ୍କା ଧରାପଡ଼ିବା ନେଇ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି। ସୁଶାନ୍ତଙ୍କ ଠାରୁ ଭିଜିଲାନ୍ସ ମୋଟ ୩୭ଲକ୍ଷ ଟଙ୍କା ପାଇଛି । ଗତକାଲି ସୁଶାନ୍ତଙ୍କଠାରୁ ୨ଲକ୍ଷ ୭୦ ହଜାର ସହ ସେ ଧରାପଡ଼ିଥିଲେ। ସୁଶାନ୍ତ ବସରେ ବୈପାରୀଗୁଡ଼ାରୁ କଟକ ଆସିଲାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଭିଜିଲାନ୍ସର ତଲାସିବେଳେ ବୈପାରୀଗୁଡ଼ା ସରକାରୀ କ୍ବାଟର୍ସରୁ ୩ ଲକ୍ଷ ମିଳିଥିଲା। ସେହିପରି ବୈପାରୀଗୁଡ଼ା ଥାନା ଚାମ୍ବରରୁ ୧ଲକ୍ଷ ୮୦ହଜାର ମିଳିଥିଲାବେଳେ କଟକ କ୍ବାଟର୍ସରୁ ଭିଜିଲାନ୍ସ ପାଇଥିଲା ୨୯ଲକ୍ଷ ୭୭ହଜାର। ବୈପାରୀଗୁଡ଼ା ଆଇଆଇସି ସୁଶାନ୍ତ ଶତପଥୀ ଏତେ ଟଙ୍କା କେଉଁଠୁ ଆଣିଥିଲେ ତାହାର କିଛି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ। ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଜିଲାର ବୈପାରୀଗୁଡ଼ାରୁ କଟକ ଆସୁଥିବା ଏକ ବସରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଜୟପୁର ନିକଟରେ ବସକୁ ଅଟକାଇ ଚଢ଼ାଉ କରାଯାଇଥିଲା ଏବଂ ବୈପାରୀଗୁଡ଼ା ଆଇଆଇସିଙ୍କଠାରୁ ୨ଲକ୍ଷ ୭୦ହଜାର ଟଙ୍କା ନଗଦ ଜବତ କରାଯାଇଥିଲା, ଯାହାର ସେ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଭିଜିଲାନ୍ସ ପକ୍ଷରୁ ଆଇଆଇସି ସୁଶାନ୍ତ ଶତପଥୀଙ୍କୁ ଆଜି ଗିରଫ କରାଯାଇଛି ଏବଂ ତଦନ୍ତ ଜାରି ରହିଛି ବୋଲି ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *