ପାଟକୁରା ରେ ବିଜେପି ର ରୋଡ଼୍ ସୋ

ପାଟକୁରା, ୨୨/୫/୨୦୨୪ (ଓଡ଼ିଶା ସମାଚାର)- ପାଟକୁରା ଅଂଚଳରେ ଆଜି ବିଜେପି ବିଧାୟକ ପ୍ରାର୍ଥି ତେଜେଶ୍ୱର ପରିଡ଼ା ବିଭିନ୍ନ ଗ୍ରାମ ରେ ରୋଡ଼୍ ସୋ କରି ନିର୍ବାଚନ ପ୍ରଚାର କରିଛନ୍ତି । ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପିର ବିଧାୟକ ପ୍ରାର୍ଥି ତେଜେଶ୍ୱର ପରିଡ଼ା ଆଜି ଶତାଧିକ ଦଳିୟ କର୍ମୀ ମାନଙ୍କୁ ବାଇକ୍ ଶୋଭାଯାତ୍ରାରେ ପାଟକୁରା, ଜଗଦଳପୁର, ସିଙ୍ଗିଟିଆ, କୋଡ଼ପଲା, ଇନତାଲପୁର, ଲେଖନପଡ଼ା, ଜଗନ୍ନାଥପୁର, ସମସରା, ଯମୁନାବଦ ଓ ଗୋବଣ୍ଡିଆ ଆଦି ଗ୍ରାମକୁ ବାଇକ୍ ଶୋଭାଯାତ୍ରାରେ ଯାଇ ନିର୍ବାଚନ ପ୍ରଚାର କରିଥିଲେ । ସେହିପରି ପୂର୍ବାହ୍ନରେ ବିଜେପି ବିଧାୟକ ପ୍ରାର୍ଥି ଶ୍ରୀ ପରିଡ଼ା ପାଟକୁରା ନିକଟସ୍ଥ ମଦନା , ଦେବୀ ମନ୍ଦିର ଠାରୁ ଶତାଧିକ ଦଳିୟ କର୍ମୀ ମାନଙ୍କ ସହିତ ଶୋଭାଯାତ୍ରାରେ ବାହାରି ନଇନ୍ଦିପୁର, ଗରଦପୁର ଓ କଳାବୁଦା ପଂଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ । ଶୋଭାଯାତ୍ରା ରେ ଜିଲା ବିଜେପି ଉପସଭାପତି ପ୍ରସନ୍ନ କୁମାର ପଣ୍ଡା, ଜିଲା ପରିଷଦ ସଦସ୍ୟା ଶ୍ରୀମତୀ ଡ଼ଲି ଶତପଥି, ୧୧ ନମ୍ବର ଜୋନ୍ ମଣ୍ଡଳ ସଭାପତି ଚିତରଂଜନ ଚୌଧୁରୀ, ଅଂଜନ ଦେବତା, ବିଜୟ କୁମାର ନାୟକ, ଅତନୁ ପଣ୍ଡା, ମଣ୍ଡଳ ସମ୍ପାଦକ ଅନିଲ କୁମାର ପାଣି ଓ ଜିଲା କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀକାନ୍ତ କୁମାର ସେନାପତି ପ୍ରମୁଖ ଦଳିୟ କର୍ମକର୍ତାମାନେ ବିଧାୟକ ପ୍ରାର୍ଥି ଶ୍ରୀ ପରିଡ଼ାଙ୍କ ସହିତ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ । ବିଜେପି ପ୍ରାର୍ଥି ଶୋଭାଯାତ୍ରାରେ ବିଭିନ୍ନ ଗ୍ରାମକୁ ଗଲାବେଳେ ଗ୍ରାମର ଦେବା ଦେବୀଙ୍କୁ ଦର୍ଶନ କରି ଆଶିର୍ବାଦ କାମନା କରିଥିଲେ ।

Leave a Reply

Your email address will not be published. Required fields are marked *