କଟକ ସଦର: ୪୨ ମୈ।ଜାରେ ବିଜେପିର   ପରିବର୍ତନ ରାଲି, ରୋଡ଼ ଶୋ’ରେ ଶକ୍ତି ପ୍ରଦର୍ଶନ କଲେ ବିଧାୟକ ପ୍ରାର୍ଥୀ ପ୍ରକାଶ ସେଠୀ 

କଟକ ସଦର , ୨୨/୦୫/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ନିର୍ବାଚନ ଆଉ ମାତ୍ର ହାତରେ ଦୁଇଦିନ ଥିବା ବେଳେ ଆଜି ବୁଧବାର ପୂର୍ବାହ୍ନରେ ୪୨ ମୈ।ଜା ମଣ୍ଡଳରେ ଵିଜେପି ଏକ ପରିବର୍ତନ ରାଲି କରି ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସେଠୀ ରୋଡ଼ ଶୋ’ରେ ଶକ୍ତି ପ୍ରଦର୍ଶନ କରିଥିବା ଜଣାପଡିଛି। ରଣାଷେଣ୍ଡ ଠାରୁ ନିଳକଣ୍ଠ ପର୍ଯ୍ୟନ୍ତ ଦୀର୍ଘ ୧୨ କିମି ରାସ୍ତାରେ ହଜାର ହଜାର ସମର୍ଥକ ମଟର ସାଇକେଲ ଶୋଭାଯାତ୍ରାରେ ଯୋଗ ଦେଇଥିବା ବେଳେ ୪୨ ମୈ।ଜାର ଶତାଧିକ ଅଟୋ ଚାଳକ ପ୍ରକାଶଙ୍କ ଉପରେ ଆସ୍ଥା ପ୍ରକଟ କରି ନିସର୍ତ ସମର୍ଥନ ଦେଇ ରୋଡ଼ ଶୋ’ରେ ସାମିଲ ହୋଇଥିବା ଜଣାଯାଇଛି। ମଣ୍ଡଳ ସଭାପତି ପିୟୁଶ ରଞ୍ଜନ ପରିଡ଼ାଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ ରୋଡ଼ ଶୋ’ରେ ବିଶିଷ୍ଟ ସିନେ ତାରକା ଶ୍ରୀତମ ଦାସ ଯୋଗ ଦେଇ ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସେଠୀ ଓ ସାଂସଦ ପ୍ରାର୍ଥୀ ଭର୍ତୃହରି ମହତାବଙ୍କୁ ଦୁଇଟି ପଦ୍ମଫୁଲ ଚିହ୍ନରେ ଵଟମ୍ ଟିପି ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ନିବେଦନ କରିଥିଲେ। ଏହି ଅବସରରେ ପ୍ରକାଶ ଙ୍କୁ ଶ୍ରୀରାମ, ଵେଣ୍ଟକାର,କଳପଡା ପ୍ରଭୃତି ଅନେକ ସ୍ଥାନରେ  ଉଛ୍ୱସିତ ସ୍ୱ।ଗତ ସମ୍ବର୍ଦ୍ଧନା ଦିଆଯାଉଥିବା ଦେଖିବାକୁ ମିଳିଛି। ଶୋଭାଯାତ୍ରାରେ କମିଶନରେଟ୍ ୪୨ ମୈ।ଜା ପୋଲିସ କୁ ଟ୍ରାଫିକ ସୁପରିଚାଳନା ପାଇଁ ନାକେଦମ ହେବାକୁ ପଡିଥିଲା। ସେହିପରି ଅପରାହ୍ନରେ କନ୍ଦରପୁର ମଣ୍ଡଳରେ ଏକ ବଡ଼ ଧରଣର ରୋଡ଼ ଶୋ’ ହେବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *