ଜୁନାଗଡ଼,୨୦/୦୫/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ)- ସ୍ଥାନୀୟ ଓରିଅନ ହୋଟେଲ ପରିସର ରେ ସିଞ୍ଜେନଟା ଫାଉଣ୍ଡେସନ ଇଣ୍ଡିଆ ଓ ମିଟିଲାବ ତରଫରୁ ଷ୍ଟେକ ହୋଲଡର ପରାମର୍ଶ ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିର ରେ ଏ ଡବ୍ଲୁ ଡି ( ଅଲଟର ନେଟିବ ୱେଟିଂଗ ଏବଂ ଡ୍ର।ୟିଙ୍ଗ ) ଏବଂ ଡି ଏସ ଆର ( ଡାଇରେକ୍ଟ ସିଡେଡ଼ ରାଇସ ) କୃଷି ପ୍ରଣାଳୀ ବିଷୟ ରେ ଆଲୋଚନା କରାଯାଇଥିଲା। ଏ ଡବ୍ଲୁ ଡି ହେଉଛି ଏକ ଅଭିନବ ଜ୍ଞାନ କୌଶଳ ଯାହା ଧାନ ଚାଷ ରେ ଅଧିକ ଜଳ ବ୍ୟବହାରକୁ ହ୍ରାସ କରିଥାଏ। ଯୋଜନାବଦ୍ଧ ଜଳସେଚନ ଦ୍ଵାରା ଧାନ କ୍ଷେତ ରେ ପାଣି ଜମା କରି ପୁଣିଥରେ ଧ।ନଖେତ କୁ ସୁଖାଇବା ଏହା ଦ୍ଵାରା ସମ୍ଭବ ହୋଇଥାଏ। ଚାଷଜମି ରେ ସିଧାସଳଖ ବିହନ ବୁଣି ରୋପଣ ର ଆବଶ୍ୟକତା କୁ ହ୍ରାସ କରିଥାଏ। ଅତ୍ୟଧିକ ଜଳ ସଂରକ୍ଷଣ ହେଲେ ଜମି ରୁ ମିଥେନ୍ ଗ୍ୟାସ ନିର୍ଗତ ହୋଇଥାଏ, ଯାହା ଜଳବାୟୁ ପରିବର୍ତ୍ତନ କୁ ଆହୁରି ଘନୀଭୂତ କରିବା ସହିତ ବିଶ୍ଵ ଉଷ୍ମତା ବୃଦ୍ଧି କରିଥାଏ।ଉକ୍ତ ବୈଠକ ରେ ଶ୍ରୀ ଏସ କେ ତ୍ରିପାଠୀ ଡିନ ଓ ୟୁ ଏ ଟି ଭବାନୀପାଟଣା, ଡା ବି ଏସ ନାୟକ ଏ ଡି ଆର ଓ ୟୁ ଏ ଟି ଭବାନୀପାଟଣା, ଡା ଅମିତାଭ ପଣ୍ଡା ସିନିଅର ସାଇଣ୍ଟିଷ୍ଟ, ଶ୍ରୀ ସଞ୍ଜୟ କୁମାର ପାତ୍ର ଏ ଡି ଓ ଧର୍ମଗଡ, ଶ୍ରୀ କମଳ ଲୋଚନ ନାୟକ ଏ ଡି ଓ ଜୁନାଗଡ଼, ନୀଳକଣ୍ଠ ମେହେର ବି ଏ ଓ ଧର୍ମଗଡ, ହେମାନନ୍ଦ ମାଝୀ ଏ ଏ ଓ ଧର୍ମଗଡ, ରତିକାନ୍ତ ମହାନ୍ତି ଏ ଏ ଓ ଧର୍ମଗଡ, ଶ୍ରୀ ଅଶୋକ କୁମାର ପଟ୍ଟନାୟକ ଚିଫ କର୍ତବ୍ୟ,ଏବଂ ସିଞ୍ଜେନଟା ଫାଉଣ୍ଡେସନ ର କର୍ମକର୍ତ୍ତା ବୃନ୍ଦ ଶ୍ରୀ କେଶବ ବୋରକାର, ଶ୍ରୀ ଅଭିଜିତ ନାୟକ, ଶ୍ରୀ ସତ୍ୟଜିତ ପତି ଶ୍ରୀ ସୌରଭ କୁଣ୍ଡୁ, ଶ୍ରୀ ଶିରସିନ୍ଧୁ ପାତ୍ର, ଶ୍ରୀ ମାନସ ସିହ୍ନl ବାବୁ, ଶ୍ରୀ ଦୁଷ୍ମନ୍ତ ସାହୁ,ଏବଂ ମିଟିଲାବ ତରଫ ରୁ ସୋୟାସ ମିଶ୍ର, ଶ୍ରୀ ବେନଜାମିନ ଜି, ଶ୍ରୀ ମୁଦିତ ମୌର୍ଯ୍ୟ, ସନ୍ତୋଷ କୁମାର, ଶ୍ରୀ ଚନ୍ଦନ ବୋଷ ପ୍ରଭୃତି ଉପସ୍ଥିତ ଥିଲେ। ଉକ୍ତ ବୈଠକ ରେ କଳାହାଣ୍ଡି ଜିଲ୍ଲା ସମୁହ ରୁ ସମୁଦାୟ ୧୦୫ ଜଣ ଉଭୟ ପୁରୁଷ ଏବଂ ମହିଳା କୃଷକ ଯୋଗଦାନ କରିଥିଲେ।
ଜୁନାଗଡ଼-ସିଞ୍ଜେନଟା ଫାଉଣ୍ଡେସନ ଇଣ୍ଡିଆ ଏବଂ ମିଟିଲାବ ଙ୍କ ମିଳିତ ପ୍ରୟାସ ରେ ଚାଷୀ ପରାମର୍ଶ ଶିବିର ଅନୁଷ୍ଠିତ
