ଡେଲାଙ୍ଗ ୨୬/୧୧/୨୦୨୩ (ଓଡ଼ିଶା ସମାଚାର)- ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବିଳାଶପୁର ଠାରେ ସାଇ ସାହିତ୍ୟ ପଂସ୍ଥାନ୍ ଆନୁକୂଲ୍ୟରେ ସତ୍ୟସାଇ ବାବା ଙ୍କ ଜନ୍ମ ଜୟନ୍ତୀ ପାଳନ ହେବା ସହିତ ଏକ ପ୍ରାନ୍ତିୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ର ସଂପାଦକ କବି ସୁଦର୍ଶନ ପ୍ରଧାନ ଙ୍କ ଉଦ୍ୟମ ରେ ସମ୍ପାଦିତ ସଭାରେ ସଭାପତିତ୍ବ କରିଥିଲେ ସାଧୁ ଚରଣ ବେହେରା ।ମୁଖ୍ୟ ଅତିଥି ଭାବେ କବି ଡକ୍ଟର ପ୍ରଶନ ପାଟଶାଣୀ କବି ଓ କବିତା ସମ୍ବନ୍ଧୀୟ ନିଜର ମତ ରଖିଥିଲେ।ମୁଖ୍ୟବକ୍ତା ଭାବେ ଡାକ୍ତର ରାଜେନ୍ଦ୍ର ବେହେରା ସମ୍ଭାଷଣ ସହିତ କବିତା ପାଠ କରି ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆନ୍ତର୍ଜାତୀୟ ସ୍ବର୍ଣ୍ଣ ପଦକ ବିଜେତା କ୍ରୀଡାବିତ୍ ବିକାଶ ପଟ୍ଟନାୟକ, ସନ୍ଧ୍ୟାବତୀ ପ୍ରଧାନ, ବିନୟ ପାଣିଗ୍ରାହୀ, ନଗେନ ପ୍ରଧାନ, ବୈଜ୍ଞାନିକ ସସ୍ମିତ ପାତ୍ର ପ୍ରମୁଖ ସଭାରେ ଉପସ୍ଥିତ ଥିଲେ।ସଂପାଦକ ସୁଦର୍ଶନ ପ୍ରଧାନ ବିବରଣି ପାଠ କରିବା ସହିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଚାଁଇପୁର ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା କବି ପ୍ରଦ୍ଯୁମ୍ନ ପରିଡା ଙ୍କ ର ଚେତନାଧର୍ମୀ କବିତା ” ନିଆରା ମଣିଷ, ମୁଁ ଚାଷୀ ” ସାହିତ୍ୟ ଆସର ର ମୁଖ୍ୟ ଆକର୍ଷଣ ରିଲା। କବି ସୁଦର୍ଶନ ପ୍ରଧାନ ଙ୍କ ସଂପାଦିତ ଦୁଇଟି ପୁସ୍ତକ ମୋନାଲିସା ଏବଂ ଅନନ୍ୟା ର ଉନ୍ମୋଚନ କରାଯାଇଥିଲା ।
ସତ୍ୟସାଇ ବାବାଙ୍କ ଜନ୍ମ ଜୟନ୍ତୀ ଓ କବିତା ପାଠୋତ୍ସବ ଅନୁଷ୍ଠିତ
