ଘଟଗାଁ,୧୦/୦୯/୨୦୨୬ (ଓଡିଶା ସମାଚାର)-ଲୋକଙ୍କୁ ନିଶା ଠାରୁ ଦୁରେଇ ରଖିବା ପାଇଁ ବିଭିନ୍ନ ସ୍ତରରେ ବ୍ୟାପକ ଜନ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଘଟଗାଁ ଏମ୍ ଇ ସ୍କୁଲ୍ ତରଫରୁ ନିଶା ନିବାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରୋହିତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରାରେ ଛାତ୍ର ଛାତ୍ରୀ ମାନେ ପ୍ଲା କାର୍ଡ ଧରି ନିଶା ନିବାରଣ ଉପରେ ବିଭିନ୍ନ ସ୍ଲୋଗାନ ମାନ ଦେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଲୋକ ମାନଙ୍କୁ ସଚେତନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଘଟଗାଁ ବିଇଓ ହରେକୃଷ୍ଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏବିଇଓ ସଞ୍ଜୟ ପଲେଇ, ସିଆରସିସି କମଳାକାନ୍ତ ପଣ୍ଡା, ନବକୃଷ୍ଣ ରାଉତ, ଘଟଗାଁ ବ୍ଲକ ଏଲିମେଣ୍ଟ।ରି ଶିକ୍ଷକ ସଂଘ ଉପସଭାପତି ସିମନ ସ୍ମିତା ପୃଷ୍ଟି ପ୍ରମୂଖ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଥିଲେ। ପଥପ୍ରାନ୍ତ ନାଟକ ଅବସରରେ ଘଟଗାଁର ବରିଷ୍ଠ ନାଗରିକ ପ୍ରମୋଦ ଦେହୁରୀ, ଅଲି ଅହମଦ, ଅବସର ପ୍ରାପ୍ତ ଶିକ୍ଷକ
ପୂର୍ଣ୍ଣ ଚନ୍ଦ୍ର ମହାନ୍ତି, ବିଶିଷ୍ଟ ସମାଜସେବୀ ପଦ୍ମଲୋଚନ ବଳ ଉପସ୍ଥିତ ରହି ବହୁମୂଲ୍ୟ ବାର୍ତ୍ତା ପ୍ରଦାନ କରିଥିଲେ । ଘଟଗାଁ ଥାନା ଅଧିକାରୀ ସୁଭ୍ରାନ୍ତ କୁମାର ଜେନା କାର୍ଯ୍ୟକ୍ରମରେ ସାମିଲ ହୋଇ ପିଲାମାନଙ୍କୁ ଓ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । ଠିକ୍ ସେହିପରି ଘଟଗାଁ ବିଇଓ ଙ୍କ କାର୍ଯ୍ୟାଳୟରେ ବରିଷ୍ଠ ଅନୁଭ।ଗ ଅଧିକାରୀ ଧିରେନ କୁମାର ବେଜ୍, ଅମର କୁମାର ପାତ୍ର ଉପସ୍ଥିତ ରହି ରାଲୀ କୁ ସମ୍ବୋଧିତ କରିଥିଲେ ।
ସହକାରୀ ଶିକ୍ଷକ ମାଗୁଣି ଚରଣ ମାଝୀ, ସଞ୍ଜୀବ ସାହୁ, ଶୁଭକାନ୍ତ ସେଠୀ, ଶିକ୍ଷୟିତ୍ରୀ ମାଳତୀ କୁମାରୀ ନାଥ ଶର୍ମା, ଭାରତୀ ମହାନ୍ତି, ରଶ୍ମିତା ମହାନ୍ତ, ଗୋଷ୍ଠୀ ଶିକ୍ଷକ ଭରତ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଛାତ୍ରୀ ଜାଗୃତି ଭଞ୍ଜ, ରିଙ୍କି ଦାସ, ତିଥି ପ୍ରଜ୍ଞା ସିଂ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
