ବାସନ୍ତୀକ ନବରାତ୍ରର ପ୍ରଥମ ଦିବସରେ ଶୈଳପୁତ୍ରୀ ବେଶରେ ମା ବନଦୁର୍ଗା।

ନିରାକାରପୁର, ୦୯/୦୪/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ସ୍ଥିତ ମା ବନଦୁର୍ଗାଙ୍କ ପୀଠରେ ବିଶ୍ଵ କଲ୍ୟାଣ ନିମନ୍ତେ, ବାସନ୍ତୀକ ଚୈତ୍ର ନବରାତ୍ରର ପ୍ରଥମ ଦିବସରେ ଶୈଳପୁତ୍ରୀ ବେଶରେ ମା ଦର୍ଶନ ଦେଇଛନ୍ତି। ସକାଳୁ ମା’ଙ୍କର ମଙ୍ଗଳ ଆଳତି, କଳଶ ପୂଜା, ସୂର୍ଯ୍ୟ ପୂଜା ପଞ୍ଚ ଦେବତା ପୂଜା, ଶୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ସପ୍ତଶତୀ ଚଣ୍ଡୀ ପାଠ, ସନ୍ଧ୍ୟା ବାଳଭୋଗ, ଆଳତି, ଆଧରପଣା ଓ ମହାପ୍ରସାଦ ମା’ଙ୍କୁ ଅର୍ପଣ ପୂର୍ବକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ଡଃ କୃପାସିନ୍ଧୁ ପଣ୍ଡା ପୂଜାର୍ଚ୍ଚନା କରିଥିଲେ ଓ ପଣ୍ଡିତ ତପନ କୁମାର ମହାପାତ୍ର ସହଯୋଗ କରିଥିଲେ ଏହି ଅବସରରେ ସମାଜସେବୀ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସାହୁଙ୍କ ସପରିବାର, ଶ୍ରୀ ଲିଙ୍ଗରାଜ ଜେନା ଓ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ମା’ଙ୍କର ଦିବ୍ୟ ବେଶକୁ ଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *