ଜି ଏସ ଏସ ପରିବାର କୁ ଶ୍ରୀକ୍ଷେତ୍ର ସେବା ସମ୍ମାନ

ନିଆଳୀ, ୩୧/୧୨/୨୦୨୩ (ଓଡ଼ିଶା ସମାଚାର)-ନିଆଳୀ ତଥା ଓଡିଶା ର ଅଗ୍ରଣୀ ସ୍ୱେଚ୍ଛାସେବୀ ଏବଂ ଗାନ୍ଧିବାଦୀ ଅନୁଷ୍ଠାନଗ୍ରାମୀଣ ସେବକ ସମାଜ ଟ୍ରଷ୍ଟ ପରିବାର କୁ ବିଭିନ୍ନ ସେବା, ପରିବେଶ, ଗାନ୍ଧୀବିଚାର କୁ ପ୍ରଚାର ପ୍ରସାର କ୍ଷେତ୍ର ରେ ଅତୁଳନୀୟ କାର୍ଯ୍ୟ ପାଇଁ ଶ୍ରୀ ଜଗନ୍ନାଥ ଧାମ ପୁରୀରେ ଭୁବନେଶ୍ୱରର ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘ ରାଜ୍ୟ ସ୍ତରୀୟ ଶ୍ରୀକ୍ଷେତ୍ର ସେବାରତ୍ନ ସମ୍ମାନ 2023 ରେ ସମ୍ମାନିତ କରିଛି । ଅନୁଷ୍ଠାନର ସ୍ଥାୟୀ ସଭାପତି ସମାଜସେବୀ ପ୍ରସନ୍ନ ପାତ୍ର, ସହନିର୍ଦେଶକ ଲଲାଟେନ୍ଦୁ ସାହୁ, ସାମ୍ବାଦିକ କାଜଲ କାନ୍ତ ସାହୁ, ଜି ନିୟୁଜ ଓଡ଼ିଆ ର ସମ୍ପାଦକ ସାମ୍ବାଦିକ ପ୍ରତୀକ କୁମାର ସାହୁ ଏବଂ ଅନୁଷ୍ଠାନର ପ୍ରତିଷ୍ଠାତା ଚେୟାରମ୍ୟାନ ଯୁବ ସମାଜସେବୀ ସନ୍ତୋଷ କୁମାର ମାଝୀ ଙ୍କୁ ସମ୍ମାନିତ କରିଥିଲେ । ଅନୁଷ୍ଠାନ ତରଫରୁ ବିଜୟ କୁମାର ମିଶ୍ର, ପ୍ରାଚୀ ଗବେଷକ ହଂସ ନାଥ ସାହୁ ଏବଂ ସମସ୍ତ ନେତୃବୁନ୍ ଙ୍କୁ ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟ କୁ ସମ୍ମାନିତ କରିଥିବାରୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *