ନିମାପଡ଼ା,୨୫/୧୧/୨୦୨୩ (ଓଡ଼ିଶା ସମାଚାର)- ସ୍ଥାନୀୟ ଖେଳାଳି ମୟଙ୍କ ପଟ୍ଟନାୟକ ଆସନ୍ତା ଡ଼ିସେମ୍ବର ୧ ତାରିଖରେ ଆସାମର ଗୌହାଟି ଠାରେ ଅନୁଷ୍ଠିତ ହେବାକୁ ଥିବା ୧୬ ବର୍ଷରୁ କମ୍ ବିଜୟ ମାର୍ଚ୍ଚାଣ୍ଟ ଟ୍ରଫି ଖେଳିବା ପାଇଁ ମନୋନୀତ ହୋଇ ଅଞ୍ଚଳ ତଥା ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି। ଅଞ୍ଚଳର କୌଣସି ଖେଳାଳି ରାଜ୍ୟ ପାଇଁ ପ୍ରତିନିଧିତ୍ଵ କରିପାରିନଥିବା ବେଳେ ମୟଙ୍କ ମନୋନୀତ ଖବର ପ୍ରସାରିତ ହେବା ପରେ ଅଞ୍ଚଳର କ୍ରିକେଟ ପ୍ରେମୀଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଛି। ସେ କଲିକତା ବିପକ୍ଷରେ ୬୦ ବଲରୁ ୫୯ ରନ୍ କରି ଅପରାଜିତ ରହି ମନୋନୟନ ମଣ୍ଡଳୀର ମନ ଜିଣି ନେଇଥିଲେ। ଏହି ପରିପ୍ରେକ୍ଷିରେ ମୟଙ୍କ ଏହି ଶ୍ରେୟ ତାଙ୍କର ବାପା, ମାଁ ଏବଂ କୋଚ୍ ବି.ବି.ସି.ସି. ମହାପାତ୍ରଙ୍କୁ ଦେଇଛନ୍ତି।