ବିଜେଡିରୁ ଇସ୍ତଫା ଦେଲେ ଭର୍ତ୍ତୁହରି ମହତାବ

କଟକ,୨୨/୦୩/୨୦୨୪ (ଓଡ଼ିଶା ସମାଚାର)- ବିଜେଡିରୁ ଇସ୍ତଫା ଦେଲେ ଭର୍ତ୍ତୁହରି ମହତାବ । ପ୍ରେସମିଟ କରି ସୂଚନା ଦେଲେ ଭର୍ତ୍ତୁହରି । କହିଲେ, ଭଗ୍ନ ହୃଦୟର ସହ ବିଜେଡିରୁ ଇସ୍ତଫା ଦେଇଛି । ଅପରାହ୍ନ ୪ଟାରେ ପଠାଇଛି ଚିଠି । ବନ୍ଧନରେ ରହିଲା ଭଳି ଅନୁଭବ କଲାପରେ ଇସ୍ତଫା ଦେଇଛି । ମୋ ଧୈର୍ୟ୍ୟର ସୀମା ଅତିକ୍ରମ କରିଛି । ଅଢେଇ ବର୍ଷ ହେବ ଆଉ କିଛି ମତ ପ୍ରକାଶ କରୁନାହିଁ । ଦଳ ତିଆରି ହେବା ବେଳେ ଗୋଟେ ଦାୟିତ୍ୱ ଥିଲା । ଏବେ ତାହା ହଜି ସାରିଛି ।
ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ କଟକ ସାଂସଦ ଭର୍ତ୍ତୃହରି ମହତାବ ଇସ୍ତଫା ଦେଇଛନ୍ତି। କଟକରୁ ୬ ଥର ସାଂସଦ ହୋଇଥିବା ଭର୍ତ୍ତୃହରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି।
କଟକରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭର୍ତ୍ତୃହରି କହିଛନ୍ତି ଯେ ଧୈର୍ୟ୍ୟର ଗୋଟିଏ ସୀମା ଥାଏ ତେଣୁ ଧୈର୍ୟ୍ୟ ସୀମା ଟପିଲା ପରେ ଆଉ ଦଳରେ ରହିବାକୁ ଇଛା ନାହିଁ। ଦଳର ଆଚରଣ ସଂଶୋଧନ ପାଇଁ ଚେଷ୍ଟା କରି ବିଫଳ ହେଲା ପରେ ସେ ଦଳରେ ରହିବା ଆବଶ୍ୟକ ମନେ କଲେ ନାହିଁ ବୋଲି ସେ କହିଛନ୍ତି। ସେ ବିଜେଡିର ପରିଚାଳନାଗତ ତ୍ରୁଟି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ସେ ବିଷୟରେ ଚିନ୍ତା କରିବେ ବୋଲି କହିଥିଲେ କିନ୍ତୁ କିଛି କଲେନାହିଁ। ସେ ମୁଖ୍ୟମନ୍ତ୍ରୀଙ୍କୁ ଶେଷ ଥର ପାଇଁ କେବେ ଭେଟିଥିଲେ ବୋଲି ସାମ୍ବାଦିକ ମାନଙ୍କ ପ୍ରଶ୍ନରେ ସେ କହିଥିଲେ ଯେ ସେଥିପାଇଁ ଡାଏରୀ ଖୋଲିବାକୁ ପଡ଼ିବ।
ଏହି ସାମ୍ବାଦିକ ସମ୍ମିଳନୀରେ ଭର୍ତ୍ତୃହରି ଗତକାଲିର ଘଟଣା ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି ଦଳ କିଭଳି ଦଳ ବିରୁଧରେ ଲଢ଼ୁଛି? ୧୧ ବର୍ଷ ତଳେ ଘଟିଥିବା ଘଟଣାରେ ଗତକାଲି ଚାର୍ଜ ଫ୍ରେମ ହେବା ଘଟଣାକୁ ମଧ୍ୟ ସେ ବେଶ ଗୁରୁତ୍ୱର ସହ ନେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *