ନ୍ୟାସନାଲ ଫୁଲ କଣ୍ଟାକ୍ଟ କରାଟେ ଚମ୍ପିୟାନସିପ ଆସନ୍ତା ମାର୍ଚ୍ଚ ୨୯ ରେ

ରାଉରକେଲା, ୨୧/୦୩/୨୦୨୪ (ଓଡ଼ିଶା ସମାଚାର)- ନ୍ୟାସନାଲ ଫୁଲ କଣ୍ଟାକ୍ଟ କରାଟେ ଚମ୍ପିୟାନସିପ ୨୦୨୪ ଆସନ୍ତା ମାର୍ଚ୍ଚ ୨୯ ରୁ ଆରମ୍ଭ ହୋଇ ୩୧ତାରିଖ ପର୍ୟ୍ୟନ୍ତ ଚାଲିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଆଦର୍ଶ ସାହିତ୍ୟ ଘର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କରାଟେ ଆସୋସିଏସନ୍ ର ଜାତୀୟ ସାଧାରଣ ସମ୍ପାଦକ ସେନସାଇ ସନ୍ତୋଷ ତନ୍ତୀ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଲେ ଯେ ଚଳିତ ମାସ ୨୯ ତାରିଖ ରୁ ଏହି ଚମ୍ପିୟାନସିପ ଭଞ୍ଜଭଵନ ପ୍ରେକ୍ଷାଳୟ ଠାରେ ଆରମ୍ଭ ହୋଇ ୩୧ ତାରିଖ ପର୍ୟ୍ୟନ୍ତ ଚାଲିବ। ଏହି ଚମ୍ପିୟାନସିପ ରେ ଓଡ଼ିଶା ସମେତ ୧୪ଟି ରାଜ୍ୟ ଓ ନେପାଳ ରୁ ପ୍ରାୟ ୨୦୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏହି କାର୍ୟ୍ୟକ୍ରମ ସ୍କୁଲ ଅଫ୍ ମାର୍ଶାଲ ଆର୍ଟ, ରାଉରକେଲା ଦ୍ଵାରା ପରିଚାଳିତ ହେବ। କରାଟେ ଏକ ଖେଳ ନୁହେଁ ବରଂ ଆତ୍ମବିଶ୍ବାସ ବୃଦ୍ଧି, ଶାରିରୀକ ସୁସ୍ଥତା, ମାନସିକ ଦୃଢ଼ତା ବୃଦ୍ଧି ହେବାରେ ସହାୟକ ହୋଇଥାଏ। ଶାରିରୀକ ଓ ମାନସିକ ସୁସ୍ଥତା ସୁସ୍ଥ ସମାଜ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ଶ୍ରୀ ସେଠୀ କହିଥିଲେ। ଏହି ଚମ୍ପିୟାନସିପ ବୟସ ଓ ଓଜନ ପରିମାପରେ ଅନୁଷ୍ଠିତ କରାଯାଇ ଶେଷରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ଏହି କାର୍ୟ୍ୟକ୍ରମରେ ସମ୍ବଲପୁର ର ଅତିରିକ୍ତ ଜିଲ୍ଲାପାଳ ଲଲାଟେନ୍ଦୁ ଲୋହାର, ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ, ସମାଜସେବୀ ପ୍ରଫୁଲ୍ଲ ସୁନ୍ୟାନୀ,ତାପସ ଚୈ।ଧୁରୀ ପ୍ରମୁଖ ଯୋଗଦେବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି। ପ୍ରାରମ୍ଭରେ ଉପଦେଷ୍ଟା ଲୁଲୁ ସାହୁ ସ୍ବାଗତ ଭାଷଣ ସହ ମଞ୍ଚାସୀନ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିକୁଞ୍ଜ ବିହାରୀ ନାୟକ, ବିଧାନ ଚନ୍ଦ୍ର କୁମ୍ଭାର, ଅରବିନ୍ଦ ସିଂ, ବଳରାମ ତନ୍ତୀ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ୟ୍ୟକ୍ରମ ପରିଚାଳନା ରେ ରୂପା ଭଟ୍ଟ, ରଶ୍ମିତା କିଷାନ, ସଂଗ୍ରାମ ପଟ୍ଟନାୟକ, ଯଶୋଦା ମୁଣ୍ଡା,ହାପି ତନ୍ତୀ,ଦେବିକା ଭୁମିଜ,ନୀରଞ୍ଜନୀ ମଣ୍ଡଳ, ରଞ୍ଜିତା ଗୁଡିଆ, ଆକାଶ ମୁଣ୍ଡାରୀ,ନୁଆସ ଲୁଗୁନ, ଥୋମାସ ଲୁଗୁନ,ସାଇନ୍ ଲୁଗୁନ,ସୈ।ରଭ ମିଶ୍ର, ଅଶୋକ ମୁଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସଂଗ୍ରାମ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *