ମାହାଙ୍ଗା, ୨୦/୦୩/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା ) – ମାହାଙ୍ଗା ବ୍ଲକ କୁହୁଣ୍ଡା ଗ୍ରାମର ୬ନଂ ୱାର୍ଡ ର ଅଲେଖ ଚନ୍ଦ୍ର ମଲ୍ଲିକ ଓରଫ ରୁପ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି । ସେ ଜଣେ ସୁବିଖ୍ୟାତ ବାଦ୍ୟକାର ଭାବେ ପରିଚିତ । ଗଣକବି ବୈଷ୍ଣବ ପଣିଙ୍କ ଯାତ୍ରା ନାଟକରେ ବାଦ୍ୟକାର ଭାବେ ଦୀର୍ଘ ବର୍ଷ ହେବ କାର୍ଯ୍ୟକରିଆସୁଥିବା ରୂପ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସାମାନ୍ୟ ସୁସ୍ଥତା ଅନୁଭବ କରିବା ପରେ ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ଘରକୁ ଫେରିଆସିଛନ୍ତି । ତାଙ୍କ ଅସୁସ୍ଥତା ଖବରପାଇ ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ଶୃଙ୍ଖଳା କମିଟି ସଦସ୍ୟ ଦେବେନ୍ଦ୍ର କୁମାର ସାହୁ ଙ୍କ ସମେତ ବହୁବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଥିଲେ । ଶ୍ରୀ ସାହୁ ଅଲେଖ ମଲ୍ଲିକଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହିତ ଶ୍ରୀ ମଳିକଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଶ୍ରୀ ସାହୁଙ୍କ ପକ୍ଷରୁ ରୁପଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଦେବେନ୍ଦ୍ର ସାହୁଙ୍କ ସହିତ କୁହୁଣ୍ଡା ଗ୍ରାମ ଗ୍ରାମପଞ୍ଚାୟତ କଂଗ୍ରେସ କମିଟି ସଭାପତି ତଥା ପୂର୍ବତନ ସମିତିସଭ୍ୟ ମହେଶ୍ୱର ରାଉତ,ଯୁବ ସଂଗଠକ ଅରବିନ୍ଦ ପଣ୍ଡା, କଂଗ୍ରେସର ଛାମୁଆଁ ସଂଗଠକ ପ୍ରଦୀପ ପଲାଇ,ଯୁବ ସଂଗଠକ ଭାଗ୍ୟଧର ରାଉତ,ପ୍ରକାଶ କୁମାର ଦାଶ,ଚୈତନ୍ୟ ପ୍ରସାଦ ପାଣି, ଯୁବନେତା ଉତ୍ତମ କୁମାର ବେହେରା, ଉତ୍ସବ ପରିଡା, ଦୁଃଶାସନ , ଧୀରେନ୍ଦ୍ର ସ୍ୱାଇଁ, ସୌମେନ୍ଦ୍ର କର,ଏବଂ ରାଜୁଆ କର ପ୍ରମୁଖ ବହୁ କଂଗ୍ରେସ ସମର୍ଥକ ରୂପଙ୍କ ଘରେପହଂଚି ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ ।
ଅସୁସ୍ଥ ବାଦ୍ୟକାରଙ୍କୁ ଭେଟିଲେ କଂଗ୍ରେସନେତା ଦେବେନ୍ଦ୍ର ସାହୁ
