ବରିଷ୍ଠ ସାମ୍ବାଦିକଙ୍କ ପେନସନ ନେଇ ଆଲୋଚନା

ଭୁବନେଶ୍ୱର,୧୪/୦୩/୨୦୨୪ (ଓଡ଼ିଶା ସମାଚାର)- ଆଇ.ଓ.ୟୁ.ଡବ୍ଲୁ.ଜେ ର ସର୍ବଭାରତୀୟ ସଭାପତି ଡ଼. ପୀତବାସ ମିଶ୍ର ଏବଂ ଓ.ୟୁ.ଡବ୍ଲୁ.ଜେ ର ରାଜ୍ୟ ସଭାପତି ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ପ୍ରତିନିଧିଦଳ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଶ୍ରୀଆର. ଵାଲକ୍ରିଷ୍ଣାନଙ୍କୁ ତାଙ୍କ ଖାରବେଳ ଭବନ ପରିସରରେ ଥିବା କାର୍ଯ୍ୟାଳୟରେ ଗତକାଲି ପୂର୍ବାହ୍ନରେ ଭେଟି ସୌଜନ୍ୟ ସାକ୍ଷାତ ଆଲୋଚନା କରିଥିଲେ ।

ଏହି ଆଲୋଚନାରେ ରାଜ୍ୟରେ କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ତାଙ୍କୁ ଅବଗତ କରାଇଥିଲେ । ଏଥିରେ ମୁଖ୍ୟତଃ କର୍ତ୍ତବ୍ୟରତ ବରିଷ୍ଠ ସାମ୍ବାଦିକଙ୍କ ପେନସନ, ୧୦ଦଫା ଦାବି, ଯେଉଁ ଥିରେ କି କ୍ଵାଟର, ଆକ୍ରିଡେସନ ଆଦି ବହୁଦିନର ଦାବି ରହିଛି । କିନ୍ତୁ ନିକଟ ଭବିଷ୍ୟତରେ ନିର୍ବାଚନ ଆଚରଣଵିଧି ଘୋଷଣା ହେବାକୁ ଥିବାରୁ ଅନ୍ତତଃ ସାମ୍ବାଦିକଙ୍କ ପେନସନ ଦାବି ସରକାର ଯଥାଶୀଘ୍ର ପୂରଣ କରିବାପାଇଁ ଅନୁରୋଧ କରିଥିଲେ । ଏସମ୍ପର୍କରେ ଗୋଟିଏ ଦିନ ମଧ୍ୟରେ ନିଷ୍ପତି ଜଣାଇବାପାଇଁ ସେ ପ୍ରତିଶୃତି ଦେଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟଯେ ରାଜ୍ୟ ସରକାର ଯୁଦ୍ଧକାଳିନ ଭିତ୍ତିରେ ବହୁମୁଖି ଘୋଷଣା କରିଚାଲିଛନ୍ତି । କିନ୍ତୁ ସରକାରଙ୍କ ବହୁମୁଖୀ ଯୋଜନାଗୁଡିକୁ ଗଣମାଧ୍ୟମରେ ପ୍ରଚାରିତ କରୁଥିବା କର୍ତ୍ତବ୍ୟରତ ସାମ୍ବାଦିକମାନଙ୍କ ସମସ୍ୟାକୁ ଅବହେଳା କରାଯିବା ଦୁଃଖ ଓ ପରିତାପର ବିଷୟ । ଏଥିର ସରକାର ତାଙ୍କପ୍ରତିଶୃତି ରକ୍ଷା କରିବେ ବୋଲି ଆଶା କରାଯାଉଛି ।

ଏହି ପ୍ରତିନିଧି ଦଳରେ ବରିଷ୍ଠ ସାମ୍ବାଦିକ ସୁକାନ୍ତ ମହାନ୍ତି, ପ୍ରାର୍ଥସାରଥୀ ଜେନା, ସନତ ମିଶ୍ର, ଅର୍ଜୁନ ମୁଦୁଲି, ଗଜେନ୍ଦ୍ର ବେହେରା, ସନାତନ ଦଳବେହେର ପ୍ରମୁଖ ସାମିଲଥିଲେ ।

Leave a Reply

Your email address will not be published. Required fields are marked *