ଅର୍ଜୁନପୁର ପଞ୍ଚାୟତ ରେ ୬୩ ନୂତନ ମଧୁବାବୁ ଭତ୍ତା ବଣ୍ଟନ ଓ ଆମ ବ୍ୟାଙ୍କ ଲୋକାର୍ପଣ

ଖୋର୍ଦ୍ଧା, ୨୯/୦୨/୨୦୨୪ (ଓଡ଼ିଶା ସମାଚାର)-ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗ ନିର୍ଦ୍ଧେଶ ଅନୁସାରେ ଖୋର୍ଦ୍ଧା ବ୍ଲକ ପକ୍ଷରୁ ନୂତନ ଭାବେ ମଞ୍ଜୁର ହୋଇଥିବା ଅର୍ଜୁନପୁର ପଞ୍ଚାୟତର ୬୪ ଜଣ ମଧୁବାବୁ ଭତ୍ତା ହିତାଧିକାରୀ ଙ୍କୁ ଆଜି ପଞ୍ଚାୟତ କାର୍ଯ୍ୟାଳୟ ପରିସର ରେ ଭତ୍ତା ପ୍ରଦାନ କରାଯାଇଛି।ସମସ୍ତଙ୍କୁ ସରକାରଙ୍କ ବର୍ଦ୍ଧିତ ଭତ୍ତା ଜଣକେ ୧୦୦୦/୧୨୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।ସେହିପରି ଏହି ପଞ୍ଚାୟତ ରେ ପୂର୍ବରୁ ବ୍ୟାଙ୍କ ନ ଥିବାରୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଆମ ବ୍ୟାଙ୍କ ଲୋକାର୍ପଣ ହୋଇଛି। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଅର୍ଜୁନପୁର ସରପଞ୍ଚ ସୂର୍ଯ୍ୟ ପ୍ରସାଦ ମହାନ୍ତିଙ୍କ ଆୟୋଜନ ରେ ବ୍ଲକ ଅଧ୍ୟକ୍ଷା ଶ୍ରୀମୟୀ ପ୍ରିୟଦର୍ଶିନୀ,ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଦଲ ମହାନ୍ତି,ଖୋର୍ଦ୍ଧା ବ୍ଲକ ସହକାରୀ ଯନ୍ତ୍ରୀ ମାନସ ନାୟକ,ସୁନାକର ଜେନା,ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଭୁ ପ୍ରସାଦ ସୁବୁଦ୍ଧି,ପୂର୍ବତନ ସରପଞ୍ଚ ଯାକୁବ ଖାଁ,ଖୋର୍ଦ୍ଧା ପଞ୍ଜାବ ବ୍ୟାଙ୍କ ପରିଚାଳକ ବିଦ୍ୟୁତପ୍ରଭା ମଲ୍ଲିକ,ବରିଷ୍ଠ ସମାଜସେବୀ ଜଗନ୍ନାଥ ମହାପାତ୍ର,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସନ୍ଦୀପ କୁମାର ପାଣିଗ୍ରାହୀ ଯୋଗ ଦେଇ ଏହି ନୂତନ ଭତ୍ତା ବଣ୍ଟନ କରିବା ସହିତ ଆମ ବ୍ୟାଙ୍କ କୁ ଫିତା କାଟି ଉଦଘାଟନ କରିଥିଲେ। ସେହିପରି ବ୍ଲକ ଅଧ୍ୟକ୍ଷା ଶ୍ରୀ ମୟୀ ପ୍ରିୟଦର୍ଶିନୀ ଓ ସରପଞ୍ଚ ସୂର୍ଯ୍ୟ ପ୍ରସାଦ ମହାନ୍ତି ରାଜ୍ୟ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏଭଳି ବିଧବା,ବାର୍ଦ୍ଧକ୍ୟ, ଅକ୍ଷମ ଭତ୍ତା ହିତାଧିକାରୀଙ୍କ ବର୍ଦ୍ଧିତ ଓ ନୂତନ ଭତ୍ତା ବଣ୍ଟନ ପ୍ରକ୍ରିୟା ଓ ଆମ ବ୍ୟାଙ୍କ ଲୋକାର୍ପଣ କାର୍ଯ୍ୟକ୍ରମ କୁ ଧନ୍ୟବାଦ ଦେଇଥିଲା ବେଳେ ଏହି ବ୍ୟାଙ୍କ ସେବା ଆହୁରି ବ୍ୟାପକ ହେବ ବୋଲି କହିଥିଲେ। ।ଆଜି ଏହି କାର୍ଯ୍ୟକ୍ରମ ରେ ମୋଟ ୬୪ ଜଣଙ୍କ ମଧ୍ୟରୁ ବାର୍ଦ୍ଧକ୍ୟ ଭତ୍ତା ୪୦,ବିଧବା ଭତ୍ତା ୧୨ ଜଣ,ଅକ୍ଷମ ଭତ୍ତା ୮ ଜଣ,ସ୍ୱାମୀ ପରିତ୍ୟକ୍ତା ୪ ଜଣ ଙ୍କୁ ଅତିଥି ଭତ୍ତା ପ୍ରଦାନ କରିଥିଲେ। ।ଆଜି ଏହି କାର୍ଯ୍ୟକ୍ରମ କୁ ପଞ୍ଚାୟତ ଯୋଗାଣ ଅଧିକାରୀ ଆଶୁତୋଷ ମହାନ୍ତି ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ମୀନକେତନ ମହାନ୍ତି, ଏସଇଏମ ପଦ୍ମଚରଣ ଲେଙ୍କା,ସମାଜସେବୀ ମେହେମ୍ମୁଦ ଖାଁ,ମହିଳା ମହାସଙ୍ଘ ସଭାନେତ୍ରୀ ରୋଜିତା ବେଗମ,ସମ୍ପାଦକ କଲ୍ୟାଣୀ ନାୟକ,ଏମବିକେ ବିଜୟୀନି ବଡ଼ଜେନା,ସମସ୍ତ ସିଆରପି ପ୍ରମୁଖଙ୍କ ସହିତ ସମସ୍ତ ଲୋକ ପ୍ରତିନିଧି ୱାର୍ଡ ସଭ୍ୟ ଓ ସ୍ବେଛାସେବୀ ଉପସ୍ଥିତ ରହି ସହଯୋଗ କରିଥିଲେ।ଏଭଳି କାର୍ଯ୍ୟକ୍ରମ କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିଲା ବେଳେ ଯୋଗାଣ ସହାୟକ ଆଶୁତୋଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *