ବିଶ୍ୱ ମାତୃଭାଷା ଦିବସ ୨୦୨୪ : ବାଗ୍ମୀ ପ୍ରଦୁ୍ୟମ୍ନ ଶତପଥୀଙ୍କ ସହ ସାରସ୍ୱତ ପ୍ରତିଭା ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୨୧/୦୨/୨୦୨୪ (ଓଡ଼ିଶା ସମାଚାର)-ସାମାଜିକ ଅନୁଷ୍ଠାନ ‘ଉତ୍କଳ ବୁଲେଟିନ୍ ଚାରିଟେବଲ ଟ୍ରଷ୍ଟ୍’ ପକ୍ଷରୁ ଆୟୋଜିତ ଓ ମହିମା ସେବା ପାଉଣ୍ଡେସନ, ଅରଭାନୀ ସମୟର ମିଳିତ ସହଯୋଗରେ ବିଶ୍ୱ ମାତୃଭାଷା ଦିବସ ୨୦୨୪ ସ୍ଥାନୀୟ ଗୋଦାବରୀଶ ସାହିତ୍ୟ ସଂସଦଠାରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟକ ଭାବେ ସଂସ୍କୃତି ପୁରୁଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ସଭାପତିତ୍ୱ, ରୀନା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଗ୍ମୀ, ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ପ୍ରଦୁ୍ୟମ୍ନ ଶତପଥୀ, ବରେଣ୍ୟ ଅତିଥି ଭାବେ ଶିକ୍ଷାବିତ୍ ସୁକାନ୍ତି ପଣ୍ଡା, ସମ୍ମାନିତ ଅତିଥି ଭାବେ ବେଦ ଗବେଷିକା ମମତା ମହାନ୍ତି, ସାହିତି୍ୟକା ଡ. ଅଞ୍ଜଳୀ ତ୍ରିପାଠୀ ଉପସ୍ଥିତ ରହିବା ସହ ବାଲ୍ୟକାଳରୁ ପିଲାମାନଙ୍କୁ ମାତା ପିତା ମା’ ମାଟି ଓ ମାତୃଭାଷା ସହିତ ପୂଜ୍ୟପୂଜାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଏହାସହିତ ମାତୃଭାଷାର ବ୍ୟାପକ ପ୍ରଚାର ପ୍ରସାର ନିଜ ନିଜ ସ୍ତରରେ କିପରି ସମସ୍ତେ କରିପାରିବେ ତାହା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଓଡ଼ିଆ ଭାଷା, ସାମ୍ବାଦିକତା, ପୂଜ୍ୟପୂଜା ପାଇଁ ବାଗ୍ମୀ ପ୍ରଦୁ୍ୟମ୍ନ ଶତପଥୀଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାସହିତ ସାହିତି୍ୟକା ଜୟଶ୍ରୀ ଦାସ, ଶିକ୍ଷାବିତ୍ ସୁକାନ୍ତି ପଣ୍ଡା, ଡାକ୍ତର ତନ୍ମୟ ତ୍ରିପାଠୀ, ଭାଷାଯୋଦ୍ଧା ନବକିଶୋର ପ୍ରଧାନ, ସାମ୍ବାଦିକା ସୁମିତ୍ରା ସାହୁ, ସାମ୍ବାଦିକା ପୁଷ୍ପଲତା ଦାସ, ମା’ କଲ୍ୟାଣୀ ମହାସଂଘ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂପାଦକ ଅରବିନ୍ଦ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ରମେଶ କୁମାର ମହାପାତ୍ର । କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଥିଲେ ସମାଜସେବୀ ନାରାୟଣ ଖୁଂଟିଆ, ପ୍ରିୟବ୍ରତ ବାରିକ

Leave a Reply

Your email address will not be published. Required fields are marked *