“ନଶା ମୁକ୍ତ ଯୁବା – ବିକଶିତ ଭାରତ” ଯୁବ ସମ୍ମିଳନୀ

ଭୁବନେଶ୍ୱର,୨୧/୦୯/୨୦୨୫ (ଓଡ଼ିଶା ସମାଚାର)- ବ୍ରହ୍ମକୁମାରୀ, ୟୁନିଟ୍–୯, ଭୁବନେଶ୍ୱରଙ୍କ ପକ୍ଷରୁ “ନଶା ମୁକ୍ତ ଯୁବା – ବିକଶିତ ଭାରତ” ଯୁବ ସମ୍ମିଳନୀ ସଫଳତାର ସହିତ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଥିଲା। ପ୍ରମୁଖ ସ୍ଥାନଗୁଡ଼ିକ ହେଲା – ରୋୟାଲ୍ ଇନଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ରିଜିଓନାଲ୍ ଇନଷ୍ଟିଟ୍ୟୁଟ୍ ଅଫ୍ ଏଡ୍ୟୁକେସନ୍, ବିଭିନ୍ନ ସ୍କୁଲ୍, ପାର୍କ, ସତ୍ୟନାରାୟଣ ଯୁବା କ୍ଲବ୍, ମା ମଙ୍ଗଳା ଯୁବା କ୍ଲବ୍ ଓ ଅନ୍ୟାନ୍ୟ ଯୁବା ସଂଗଠନ।


ଏହି ସମ୍ମିଳନୀର ଶେଷରେ ସମସ୍ତ ଯୁବା ଅଭିବ୍ୟକ୍ତି କଲେ ଯେ ସେମାନେ ନିଜ ପରିବାର, ସ୍କୁଲ୍, କ୍ଲବ୍ ଓ ସମାଜରେ “ନଶା ମୁକ୍ତ ଜୀବନ”ର ସନ୍ଦେଶକୁ ପ୍ରଚାର କରିବେ।
ବ୍ରହ୍ମକୁମାରୀ, ୟୁନିଟ୍–୯, ଭୁବନେଶ୍ୱର ସମସ୍ତ ସହଯୋଗୀ ସଂସ୍ଥା, ସ୍କୁଲ୍, ଯୁବା କ୍ଲବ୍ ଓ ସଂଗଠନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ ଓ ଭବିଷ୍ୟତରେ “ମୂଲ୍ୟ–ଆଧାରିତ, ନଶା–ମୁକ୍ତ, ବିକଶିତ ଭାରତ” ଗଠନରେ ନିରନ୍ତର ସେବା ଜାରି ରଖିବାର ସଙ୍କଳ୍ପ କରିଥିଲେ।
ଏହି ସମ୍ମିଳନୀରେ ପ୍ରାୟ ୭୦୦ ଯୁବା ଓ ଛାତ୍ରଛାତ୍ରୀ ଉତ୍ସାହର ସହିତ ସମ୍ମିଳିତ ହୋଇଥିଲେ।

Leave a Reply

Your email address will not be published. Required fields are marked *