ନିରାକାରପୁର, ୧୭/୦୨/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଚିତ୍ରକୁଟ ବିହାରରେ ରହୁ ଥିବା ଜଣେ ଶିକ୍ଷକଙ୍କ ମୃତ ଦେହ ତାଙ୍କ ଭଡ଼ା ଘରୁ ଆଜି ପୋଲିସ ଉଦ୍ଧାର କରିଥିବା ଜଣାପଡିଛି। ସୂଚନାଯୋଗ୍ୟ କି ପୁରୀ ଜିଲ୍ଲା କଣାସ ବ୍ଲକ ଦିବ୍ୟସିଂହପୁର କନକ ଦୁର୍ଗା ଉଚ୍ଚ ବିଦ୍ୟାଳୟ ରେ ୨୫ ବର୍ଷ ହେବ ଶିକ୍ଷକତା କରୁଥିବା ଶିକ୍ଷକ ସତ୍ୟାନନ୍ଦ ବ୍ରହ୍ମା (୫୭)ଙ୍କ ମୃତ ଦେହ ଆଜି ତାଙ୍କ ନିରାକାରପୁର ଭଡ଼ା ଘରୁ ଉଦ୍ଧାର ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି। ଶିକ୍ଷକ ଜଣକ ର ଘର ଚଣ୍ଡିଖୋଲ ନିକଟସ୍ଥ କଣ୍ଟି ଗାଡିଆ ଗ୍ରାମରେ ବୋଲି ଜଣାପଡିଛି। ସେ ଶୁକ୍ରବାର ଠାରୁ ସ୍କୁଲ କୁ ଯାଇ ନଥିବାବେଳେ ଆଜି ତାଙ୍କ ମୃତ ଦେହ ପଡିଥିବାର ଲୋକେ ଦେଖି ପୋଲିସ କୁ ଖବର ଦେଇଥିଲେ। ରିପୋର୍ଟ ଲେଖା ପର୍ଯ୍ୟନ୍ତ ଶବ କୁ ପୋଲିସ ଜଗି ଥିବାବେଳେ ତାଙ୍କ ପରିବାର ଲୋକେ ପହଞ୍ଚି ନ ଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଥିବାବେଳେ ପୋଲିସ ତଦନ୍ତ ପରେ ସବୁ ପଦାକୁ ଆସିବା ବୋଲି ଜଣାପଡିଛି।