ପାର୍ବଣ ବେଳେ ଆକ୍ସନ୍ ମୋଡ୍ ରେ ଖାଦ୍ୟ ସୁରକ୍ଷା ବିଭାଗ ଟିମ୍

                                              ହୋଟେଲ୍ ଓ ରେଷ୍ଟୁରାଂଟରେ ଚଢ଼ାଉ: ୫୦ କେଜି ବାସୀ ଖାଦ୍ୟ ନଷ୍ଟ
କଟକ, ୧୮/୧୦/୨୦୨୬ (ଓଡ଼ିଶା ସମାଚାର)- ସହରରେ ଦଶହରା ଭଳି ପାର୍ବଣ ମାହୋଲକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ (କେଏମସି) ଖାଦ୍ୟ ସୁରକ୍ଷା ବିଭାଗ ଦ୍ୱାରା ସହରର ବିଭିନ୍ନ ସ୍ଥାନରେ ଚଢଉ କରାଯାଇଛି । ବଡ଼ ବଡ଼ ହୋଟେଲ୍ ଓ ରେଷ୍ଟୁରାଂଟ ୍ମାନଙ୍କରେ ଯାଂଚ୍ ସମୟରେ ପାଖାପାଖି ୫୦କେଜିର ବାସି ଖାଦ୍ୟ ଜବତ କରାଯାଇ ନଷ୍ଟ ହୋଇଛି । ଏହାସହ ବିଭିନ୍ନ ହୋଟେଲକୁ ସ୍ୱଚ୍ଛତା ବଜାୟ ରଖିବା ପାଇଁ ନୋଟିସ୍ ଜାରି କରାଯାଇଛି । ପାର୍ବଣ ପାଇଁ ପୁରା କଟକ ଏବେ ଚଳ ଚଂଚଳ ହୋଇପଡ଼ିଛି । ଏହାରି ମଧ୍ୟରେ ଲୋକମାନେ ବୁଲାବୁଲି କରିବା ସହିତ ବାହାରେ ଖାଇବା ପିଇବାକୁ ପସନ୍ଦ କରୁଛନ୍ତି । ତେବେ ପାର୍ବଣରେ ଖାଦ୍ୟ ବ୍ୟବସାୟ ବୃଦ୍ଧି ପାଉଥିବାରୁ ଲୋକମାନଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇଛି କେଏମସି ସ୍ୱାସ୍ଥ୍ୟ ବିଭାଗ । ନଗର ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ନୃପେନ୍ଦ୍ର ଶତପଥୀଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ସିଡିଏ ସମେତ ବିଭିନ୍ନ ସ୍ଥାନରେ ଥିବା ରେଷ୍ଟୁରାଂଟ, ହୋଟେଲ ଏବଂ କାଫେରେ ଚଢଉ କରିଥିଲା । ଜନସ୍ୱାସ୍ଥ୍ୟ ବିପଦକୁ ରୋକିବା ପାଇଁ ପ୍ରାୟ ୫୦ କିଲୋଗ୍ରାମ ବାସି ଖାଦ୍ୟକୁ ନଷ୍ଟ କରାଯାଇଥିଲା । ଏକ ହୁକା ବାର୍ ଚିହ୍ନଟ କରାଯାଇଥିଲା ଏବଂ ଏକ ରେଷ୍ଟୁରାଂଟ ଭିତରେ ନିକୋଟିନ୍ ସ୍ୱାଦଯୁକ୍ତ ପଦାର୍ଥ ମିଳିଥିଲା । ଏହା ବ୍ୟତୀତ, ଖରାପ ଏବଂ ଅସ୍ୱାସ୍ଥ୍ୟକର ପରିସ୍ଥିତି ଯୋଗୁଁ ଗୋଟିଏ ରେଷ୍ଟୁରାଂଟକୁ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଥିଲା । ଏହି ଚଢ଼ÿଉରେ ଖାଦ୍ୟ ସୁରକ୍ଷା ଅଧିକାରୀ ରଶ୍ମିତା ବେହେରା, ଭଗବାନ ଲେଙ୍କା ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *