ଯାଜପୁର,୧୬/୧୦/୨୦୨୬(ଓଡ଼ିଶା ସମାଚାର)- ଯୁବପିଢ଼ିଙ୍କୁ ନିଶାର କରାଳ ପ୍ରଭାବରୁ ଦୂରେଇ ରଖି ଏକ ସୁସ୍ଥ, ସୁସଂସ୍କୃତ ଓ ବିକଶିତ ଭାରତ ଗଠନର ଲକ୍ଷ୍ୟ ନେଇ ଯାଜପୁରସ୍ଥିତ ବିରଜା ମହିଳା ଡିଗ୍ରୀ କଲେଜର ଜାତୀୟ ସେବା ଯୋଜନା (NSS) ପକ୍ଷରୁ ‘ନଶାମୁକ୍ତ ଯୁବ ଫର୍ ବିକଶିତ ଭାରତ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ସକାଳ ୭ଟା ୩୦ ମିନିଟ୍ରେ ୧୫୦ ଜଣ NSS ସ୍ୱେଚ୍ଛାସେବୀଙ୍କୁ ନେଇ ଯୋଗ ଓ ଆତ୍ମରକ୍ଷା ପ୍ରଶିକ୍ଷଣ ଅଭ୍ୟାସ ଅନୁଷ୍ଠିତ ହୋଇଥିଲା। ପରେ ସକାଳ ୯ଟାରେ ନିଶାମୁକ୍ତିର ବାର୍ତ୍ତା ପ୍ରଚାର କରିବା ଉଦ୍ଦେଶ୍ୟରେ ଏକ ବିଶାଳ ସଚେତନତା ଶୋଭାଯାତ୍ରା ବାହାରିଥିଲା। ଏଥିରେ ୧୫୦ ଜଣ ସ୍ୱେଚ୍ଛାସେବୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। କଲେଜ ପରିସରରେ ଅଧ୍ୟକ୍ଷା ଡକ୍ଟର ସୁକାନ୍ତିଲତା ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜିତ ହୋଇଥିଲା। ଏଥିରେ ଡକ୍ଟର ଇମ୍ରାନ ଅଲ୍ଲୀ , ରିସୋର୍ସ ପର୍ସନ ଭାବେ ଯୋଗଦେଇ ନିଶା ସେବନର କୁପରିଣାମ, ଏହାର ନିରାକରଣ ଏବଂ ନିଶାମୁକ୍ତ ସମାଜ ଗଠନରେ ଯୁବପିଢ଼ିଙ୍କ ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
NSS କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ବିଶ୍ୱଜିତ ନାୟକଙ୍କ ସମେତ ଡକ୍ଟର ମଧୁଲିତା ମହାନ୍ତି, ଶ୍ରୀ ବିଶ୍ୱରଞ୍ଜନ ମହାନ୍ତି, ଅନିତା ମହାପାତ୍ର, ସୁଶ୍ରୀ ଦାଶ, ତରଣୀସେନ ଜେନା, ଛନ୍ଦା ରାୟ, ଅମ୍ବିକା ମିଶ୍ର, ଐଶ୍ୱର୍ଯ୍ୟା ରାଉତ, ପର୍ଶୁରାମ ନାୟକ, ମିଲି ମହାପାତ୍ର ଓ ଅନ୍ୟାନ୍ୟ ଅଣଶିକ୍ଷକ କର୍ମଚାରୀ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ। ଯୁକ୍ତ ତିନି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରୀମାନେ ସ୍ୱେଚ୍ଛାସେବୀ ଭାବେ ନିଜ ଦାୟିତ୍ୱ ନିଷ୍ଠାର ସହ ପାଳନ କରିଥିଲେ। ଶେଷରେ NSS କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ବିଶ୍ୱଜିତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
