ବିଜେପି ନେତା ଲଲାଟେନ୍ଦୁ ଵଡୁଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ଦୋଷୀଙ୍କୁ ଗିରଫ ଦାବି କଲା ଜିଲ୍ଲା ବିଜେପି 

କଟକ ସଦର,୦୯/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ମେରିଆଵଜାର ଠାରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ନଗର ଭାଜପା ସଭାପତି ଲଲାଟେନ୍ଦୁ ଵଡୁଙ୍କୁ ଏକ ଦୂର୍ଘଟଣାକୁ ନେଇ ଯେଭଳି ଭାବେ ମରଣାନ୍ତକ ଆକ୍ରମଣ କରାଗଲା ତାକୁ ବିଜେପି ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଏହି ପରିପ୍ରେକ୍ଷୀରେ ଆକ୍ରମଣକାରୀ ମାନଙ୍କୁ ତୁରନ୍ତ ଗିରଫ କରିବାକୁ କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳ ଙ୍କ ନେତୃତ୍ଵରେ ନୟନ କିଶୋର ମହାନ୍ତି, ସ୍ମୃତି ପଟ୍ଟନାୟକ ପ୍ରମୁଖ ବହୁ ନେତୃମଣ୍ଡଳୀ ଡିସିପି ରିଷିକେଶ ଖିଲାରୀ ଦ୍ୟାନଦେଓ ଙ୍କୁ ଭେଟି ଦାବି ଜଣାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *