ବାଲ୍ୟ ବିବାହକୁ ନା, ଶିକ୍ଷା କୁ ହଁ 

ଭୁବନ,୦୮/୦୯/୨୦୨୬ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ଓଡାପଡା ଉଚ୍ଚ ବିଦ୍ୟାଳୟ ଠାରେ ବିଶ୍ୱ ଯୁବ କେନ୍ଦ୍ର, ଜଷ୍ଟ ରାଇଟ ଫର୍ ଚିଲ୍ଡରେନ୍ ପ୍ରକଳ୍ପ ତରଫରୁ ଏକ ଦିବସୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ବୈଠକରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କ୍ଷେତ୍ରବାସୀ ଲେଙ୍କା ଙ୍କ ସମେତ ଶିକ୍ଷକ ଦୁଷ୍ମନ୍ତ କୁମାର ସେଠୀ, ପ୍ରମୋଦ ସିଂ, ଶିକ୍ଷୟିତ୍ରୀ ରେଣୁବାଳା ବେହେରା ଯୋଗ ଦେଇଥିଲେ । କର୍ଯ୍ୟକ୍ରମ ରେ ପ୍ରକଳ୍ପ ସହାୟିକା କୁମୁଦିନୀ ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ ଭାଷଣ ଦେଇଥିଲେ । ବିଶ୍ୱ ଯୁବ କେନ୍ଦ୍ରର କାଉନସେଲର ମନସ୍ମିତା ନାୟକ ବାଲ୍ୟ ବିବାହ ନିଷେଧ ଆଇନ ୨୦୨୬ ବିଷୟରେ ସଚେତନତା ବାଲ୍ୟ ବିବାହ ପାଇଁ ଝିଅ ଉପରେ ପଡୁଥିବା ଶାରୀରିକ, ମାନସିକ, ତଥା ଆର୍ଥିକ ଚାପ ଶିକ୍ଷା ତଥା ଆତ୍ମ ନିର୍ଭରଶୀଳତା ଅଭାବ ସାମାଜିକ କୁପରିଣାମ ବାଲ୍ୟ ବିବାହ କ୍ଷେତ୍ରରେ ଆୟୋଜନକାରି, ଯୋଗ ଦେଇଥିବା ଅତିଥି ବିଭିନ୍ନ ସହଯୋଗୀ ଙ୍କୁ ଦଣ୍ଡ ବିଧାନ ନିରାକରଣ ଉପରେ ଆଲୋଚନା କରିଥିଲେ। ଏହା ବ୍ୟତୀତ ବାଲ୍ୟ ବିବାହ ରୋକିବା ସହ ଶିଶୁ ମାନଙ୍କୁ ଶିକ୍ଷା ର ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ନାମ ଲେଖାଇବା ଓ ସଚେତନତା ଅଭିଯାନ ଆୟୋଜନ କରାଯାଇଥିଲ।

ବିଦ୍ୟାଳୟ ବାହାରେ ଥିବା ଶିଶୁ ମାନଙ୍କୁ ଚିହ୍ନଟ କରି ସେମାନଙ୍କ ନାମଲେଖା ଓ ନିୟମିତ ଉପସ୍ଥାନ ନିଶ୍ଚିନ୍ତ କରିବା ପାଇଁ ବିଶ୍ବ ଯୁବ କେନ୍ଦ୍ର, ଶିକ୍ଷକ ଓ ଅଭିଭାବକଙ୍କ ସହଯୋଗ ନିଆଯାଉଛି । ଶିଶୁ ଶ୍ରମିକ, ଶିଶୁ ଚାଲାଣ ଓ ଶିଶୁ ମାନଙ୍କ ଉପରେ ହେଉଥିବା ଯୌନ ନର୍ଯାତନା ଉପରେ ଆଲୋଚନା କରାଯାଇଥିଲା।

Leave a Reply

Your email address will not be published. Required fields are marked *