ଶ୍ରୀଗୋପାଳଜୀଉଙ୍କ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ

କେନ୍ଦ୍ରାପଡ଼ା, ୦୫/୦୯/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ବ୍ଲକର ଲାହାଖଣ୍ଡ ଭରତପୁର ଗ୍ରାମ ମକ୍କଦ୍ଧମ ପରିବାରର କୁଳଦେବତା ପ୍ରଭୁ ଶ୍ରୀଗୋପାଳଜୀଉଙ୍କ ମନ୍ଦିରରେ ଜନ୍ମାଷ୍ଟମୀ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଶ୍ରୀଜୀଉଙ୍କ ମନ୍ଦିରର ପୂଜକ ସରୋଜକାନ୍ତ ପତିଙ୍କ ଦ୍ୱାରା ସକାଳୁ ଶ୍ରୀଜୀଉଙ୍କୁ ପୂଜା କରାଯାଇ ବିଶେଷ ଭାବରେ ସଜ୍ଜିତ କରାଯାଇଥିଲା । ଶ୍ରୀଜୀଉଙ୍କୁ ଆଳତୀ ଓ ଭୋଗ ଅର୍ପଣ କରାଯାଇଥିଲା ।

ଏହାପରେ କୂଳପୂରୋହିତ ଗଦାଧର ମହାପାତ୍ର ଶ୍ରୀଜୀଉଙ୍କୁ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରିବା ସହିତ ୧୦୮ତୁଳସୀ ଅର୍ପଣ କରିଥିଲେ । ରାତ୍ରରେ ହୋମଯଜ୍ଞ ଅନୁଷ୍ଠିତ ହୋଇ ଆହୂତୀ ପ୍ରଦାନ କରାଯାଇଥିଲା । ଶ୍ରୀଜୀଉଙ୍କ ପାଖରେ ଭୋଗ ଲାଗି କରାଯାଇଥିଲା । ଭଜନ ଓ ଜଣାଣ ପରେ ନାମ ସଙ୍କୀର୍ତନ କରାଯାଇଥିଲା ବୋଲି ଶ୍ରୀଜୀଉଙ୍କ ଦାୟିତ୍ୱରେ ଥିବା ଅବସରପ୍ରାପ୍ତ ଆଇନୀ ଅଧିକାରୀ ପ୍ରବୋଧ କୁମାର ଦାସ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *