ଵୈୟାଳିସ ମୌଜାରେ ଶିକ୍ଷକ ସମ୍ମାନ ସମାରୋହର 

କଟକ ସଦର,୦୫/୦୯/୨୦୨୬ (ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ସାରାଦେଶ ଗୁରୁ ଦିବସ ଭାବେ ପାଳନ କରୁଛି।

ଏହି ପରିପ୍ରେକ୍ଷୀରେ କଟକ ସଦର ଅନ୍ତର୍ଗତ ଵୈୟାଳିସ ମୌଜା ଠାରେ ଆଜି ଶନିବାର ଦିନ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ  ପୌରୋହିତ୍ୟରେ ଶିକ୍ଷକ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ କମଲଜିତ୍ ଦାଶ, ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ, ସଦର ତହସିଲଦାର ଦେବଦତ୍ତ ପ୍ରଧାନ, ମଣ୍ଡଳ ଶିକ୍ଷା ଅଧିକାରିଣୀ ପ୍ରିୟଙ୍କା ବେହେରା ପ୍ରମୁଖ ଯୋଗ ଦେଇ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Leave a Reply

Your email address will not be published. Required fields are marked *