ନିଟ୍ ଉତୀର୍ଣ୍ଣ ଛାତ୍ରୀ ଙ୍କର ମୃତ ଦେହ କେନଲ ରୁ ଉଦ୍ଧାର

ନିଶ୍ଚିନ୍ତକୋଇଲି ,୦୨/୦୯/୨୦୨୬( ଓଡିଶା ସମାଚାର / ଅଭୟ ଜେନା ) – ନେମାଳ ନିକଟ କେନାଲ ରୁ ଜଣେ ନିଟ୍ ଉତ୍ତୀର୍ଣ୍ଣ ଛାତ୍ରୀ ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ,କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଅନ୍ତର୍ଗତ ନେମାଳ ଗ୍ରାମର ବଟ କୃଷ୍ଣ ଦାସ ଙ୍କ ଝିଅ ଶ୍ରାବଣୀ ଦାସ(୨୨) ନିଟ୍ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ । ଡାକ୍ତରୀ ପଢିବା ପାଇଁ ସେ ଆଡ଼ମିସନ ନେଇଥାନ୍ତେ ।

ମାତ୍ର ଦୁଇ ଦିନ ହେବ ଶ୍ରାବଣୀ ନିଖୋଜ ଥିଲେ । ବାପା ମା ଓ ପରିବାର ପକ୍ଷରୁ ଖୋଜା ଖୋଜି କରାଯାଉଥିଲା । ତେବେ ଆଜି ତାଙ୍କର ମୃତଦେହ ପୁନ୍ଦାଳ କେନାଲ ର ମୂଳ ସୁଆଙ୍ଗ ନିକଟରେ ଭାସୁଥି ବା ଦେଖିବାକୁ ମିଳିଥିଲା । ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇ ଥିବା ଜଣାଯାଇଛି । ଅନ୍ୟ ପକ୍ଷରେ ତାଙ୍କର ଏଭଳି ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ସଂଶୟ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *