ଲକ୍ଷେଶ୍ୱର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୪ତମ ପ୍ରତିଷ୍ଠା ଉତ୍ସବ

କଟକ,୦୧/୦୯/୨୦୨୬(ଓଡିଶା ସମାଚାର/ଅଭୟ ଜେନା)କଟକ ସଦର  ଅନ୍ତର୍ଗତ ଫୁଲନଖରାସ୍ଥିତ ଲକ୍ଷେଶ୍ୱର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୪ତମ ପ୍ରତିଷ୍ଠା ଉତ୍ସବ ଉତ୍ସାହ ଉଦ୍ଦୀପନା ର ସହ ପାଳିତ ହୋଇଯାଇଛି। ଅଧ୍ୟକ୍ଷା ତଥା ସଭାପତି ଯଶୋଧାରା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି କଟକ ସଦର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ, ସମ୍ମାନିତ ଅତିଥି ୫୯ ନଂ କର୍ପୋରେଟର ମମତା ମହାନ୍ତି, ପ୍ରତିଷ୍ଠାତା ସ୍ୱାଧୀନଚେତା ମହାନ୍ତି ଓ ପୂର୍ବତନ ପରିଚାଳନା କମିଟି ସଦସ୍ୟ ବିପ୍ରଚରଣ ଭୋଳ ପ୍ରମୁଖ ଯୋଗଦେଇଥିଲେ। ଅଧ୍ୟକ୍ଷା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପିକା ଅନସୂୟା ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ୨୦୨୫-୨୬ ଶିକ୍ଷାବର୍ଷରେ ବିଦ୍ୟାଳୟର ଯୁକ୍ତ୨ ପରୀକ୍ଷାରେ ୯୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୬ ଜଣ ଉତ୍ତୀର୍ଣ୍ଣ ହୋଇ ୯୫ ପ୍ରତିଶତ ପାସ୍‌ହାର ହାସଲ କରିଥିବାରୁ ଅତିଥି ମାନେ ଖୁସି ପ୍ରକାଶ କରିଥିଲେ।

ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସୌଦାମିନୀ ନାଥଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ୩୦ ଜଣ ଛାତ୍ରୀଙ୍କୁ ବିଧାୟକ ସମ୍ମାନିତ କରିଥିଲେ। ଏହି ଅବସରରେ ପ୍ରଶାନ୍ତ ଦଳାଇ, ପ୍ରସନ୍ନ ପରିଡ଼ା, କିଶୋର ପଟ୍ଟନାୟକଙ୍କ ସମେତ ବହୁ ଅତିଥି ଓ ଅଭିଭାବକ ଯୋଗଦେଇଥିଲେ। ଅଧ୍ୟାପିକା ଇତିଶ୍ରୀ ମହାନ୍ତି, ରେଣୁପ୍ରିୟା ପଣ୍ଡା, ପ୍ରତିଭା ପଟ୍ଟନାୟକ ଓ ଆଶାଲତା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଦେବସ୍ମିତା ମହାପାତ୍ର, ନିରୂପମା ନାୟକ, ହେମନ୍ତ ଦାସ, ଗୌତମ ଚନ୍ଦ୍ର ଦାସ ଓ ହେମନ୍ତ ଦଳାଇ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *