କଟକ ସଦର,୨୨/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଆଜି ଶନିବାର ଦିନ ଓଡିଶାର ମହାମହିମ ରାଜ୍ୟପାଳ ଡ଼ଃ ହରିଵାଵୁ କମ୍ଭମପତିଙ୍କୁ ଲୋକ ଭବନରେ ସୌଜନ୍ୟମୁଳକ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡିଛି। ଏହି ଅବସରରେ ସଦର ନିର୍ବାଚନମଣ୍ଡଳୀରେ ହୋଇଥିବା ଏବଂ ହେବାକୁ ଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ବିଧାୟକ ରାଜ୍ୟପାଳଙ୍କ ସହିତ ଆଲୋଚନା କରିଥିଲେ।
