୩୩ ବର୍ଷରେ ବଡମାଣିତିଆ ଦୂର୍ଗାପୂଜା

କେନ୍ଦ୍ରାପଡ଼ା, ୩୦/୦୯/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣିତିଆ ପଂଚାୟତର ବଡମାଣିତିଆ ଗ୍ରାମରେ ଦୁର୍ଗତୀ ନାଶିନୀ ମା’ ଦୁର୍ଗାଦେବୀଙ୍କ ପଂଚ ଦିନାତ୍ମକ ପୂଜା ୩୩ ବର୍ଷରେ ପଦାର୍ପଣ କରିଛି । ୩୩ବର୍ଷ ତଳେ ଏହି ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ପୂଜା ଷୋଡ଼ଶ ଉପଚାର ପୂଜାବିଧି ଅନୁଯାୟୀ ଆରମ୍ଭ ହୋଇଥିଲା । ଏହି ଦୁର୍ଗା ପୂଜା ଦେଖିବା ପାଇଁ ଆଖପାଖ ଅଂଚଳର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।

ପରମ୍ପରାକୁ ବଜାୟ ରଖି ମା’ଙ୍କ ପୂଜା ଆନନ୍ଦ ଓ ଭକ୍ତିର ସହ କରାଯାଉଛି ବୋଲି ବଡମାଣିତିଆ ଗ୍ରାମର ଯୁବନେତା ତଥା କେନ୍ଦ୍ରାପଡା ଜିଲା ପରିଷଦର ପୂର୍ବତନ ସଭାପତି ମାନସ କୁମାର ପରିଡା କହିଛନ୍ତି । ଏହି ପୂଜା ସହିତ ୫ଦିନ ବ୍ୟାପି ଯଜ୍ଞ ଉତ୍ସବ ଅନୁଷ୍ଠିତ ହେଉଛି । ଏହି ଅବସରରେ ବିଲ୍ୱବରଣ, କଳସାଧିବାସ ଆଦି ପୂଜା ପାରମ୍ପରିକ ରୀତିରେ ହେଉଥିବା ବେଳେ ଆସନ୍ତା କାଲି ମହାନବମୀ ପୂଜା ଅନୁଷ୍ଠିତ ହେବ । ନବମୀ ପୂଜା ପରେ ଦଶହରାରେ ମା’ଦୁର୍ଗାଙ୍କୁ ବିସର୍ଜନ କରାଯିବ ।

ଏହି ପୂଜା ମଣ୍ଡପରେ ପ୍ରତ୍ୟେକ ସନ୍ଧ୍ୟାରେ ଭଜନ ଓ ନାମ ସଂକୀର୍ତନ ପରିବେଷଣ କରାଯାଉଛି ବୋଲି ଶ୍ରୀ ପରିଡା କହିଛନ୍ତି । ଏହି ପୂଜାକୁ କମିଟିର ସଭାପତି ରବୀନ୍ଦ୍ର କୁମାର ପରିଡ଼ା ୩୩ ବର୍ଷ ତଳେ ଆରମ୍ଭ କରିଥିଲେ । ସେବେଠାରୁ ନିରବଚ୍ଛିନ୍ନ ଭାବେ ପୂଜା ହୋଇଆସୁଛି ବୋଲି ଶ୍ରୀ ପରିଡ଼ା କହିଛନ୍ତି ।

Leave a Reply

Your email address will not be published. Required fields are marked *