କଟକ ଖାନନଗର ଶ୍ମଶାନରେ ପ୍ରଣବ ପଟ୍ଟନାୟକ ଙ୍କ ଶେଷକୃତ୍ୟ ସମ୍ପନ୍ନ 

କଟକ ସଦର ,୨୧/୦୮/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ‘ରେ ଆତ୍ମନ ନିଦ୍ରା ପରିହରି’ ଭଳି ଅନେକ କାଳଜୟୀ ଗୀତର ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କର ଆଜି ଶୁକ୍ରବାର ଦିନ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ୮୮ ବର୍ଷ ବୟସରେ ପରଲୋକ ଘଟିଛି।

 

ତାଙ୍କ ମୃତ୍ୟୁରେ ସାରା ସଙ୍ଗୀତ ଜଗତରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପ୍ରଣବ ପଟ୍ଟନାୟକ ଭୁବନେଶ୍ୱରର ବାସିନ୍ଦା ହୋଇଥିଲେ ହେଁ ତାଙ୍କ ଇଛାକୁ ସମ୍ମାନ ଜଣାଇ କଟକ ଖାନନଗର ଶ୍ମଶାନରେ ପରିବାର ଲୋକଙ୍କ ପକ୍ଷରୁ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡିଛି। ଏଥିସହିତ ପ୍ରଣଵଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି।

Leave a Reply

Your email address will not be published. Required fields are marked *