ବ୍ଲକ୍ ସ୍ତରୀୟ ଆଧୁନିକ ପଦ୍ଧତିରେ ମାଛଚାଷ ପାଇଁ ତାଲିମ ତଥା ସଚେତନତା କାର୍ଯ୍ୟକ୍ରମ 

କଟକ ସଦର,୨୧/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଆଜି ଶୁକ୍ରବାର ଦିନ କଟକ ସଦର ପଞ୍ଚାୟତ ସମିତି ଆନୁକୁଲ୍ୟରେ ଏବଂ ଜିଲ୍ଲା ମତ୍ସ୍ୟ ବିଭାଗ ସୌଜନ୍ୟରେ ବ୍ଲକ ସ୍ତରୀୟ ଆଧୁନିକ ପଦ୍ଧତିରେ ମାଛଚାଷ ପାଇଁ ତାଲିମ ତଥା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଉପଲକ୍ଷେ କଟକ ସଦର ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ ଙ୍କ  ପୌରୋହିତ୍ୟରେ ଆୟୋଜିତ ଶିବିରରେ କିଶନନଗର ସରପଂଚ ସୁଜାତା ସେଠୀ,ବ୍ଲକ କୃଷି ଅଧିକାରିଣୀ ଜାଫନା ରାୟ, କଟକ ସଦର ଏଏଫଓ ଅରୁଣ କୁମାର ମହାନ୍ତି, ସାଲେପୁର ଏଏଫଓ ରବି ନାରାୟଣ ସାହୁ, ନିଶ୍ଚିନ୍ତକୋଇଲି  ଏଏଫଓ ସୁଶାନ୍ତ କୁମାର ମହାରଣା, କଟକ ଜିଲ୍ଲା କାର୍ଯ୍ୟାଳୟ ର ଏଏଫଓ କାରୁଣ୍ୟ ଗିରିଧାରୀ, କିଶନନଗର  ଭିଏଏସ୍ ଡ଼ଃ ପୂଣ୍ୟତୋୟା ଦାଶ ପ୍ରମୁଖ ଯୋଗ ଦେଇ ଆଧୁନିକ ପ୍ରଣାଳୀରେ ମାଛଚାଷ ସମ୍ପର୍କରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *