କଥକ ଓ ଓଡ଼ିଶୀ ନୃତ୍ୟ ସହିତ ମୟୁରଭଞ୍ଜ ଛଉ ନୃତ୍ୟରେ ଦର୍ଶକ ବିଭୋର

(୨୦ତମ ଧଉଳି-କଳିଙ୍ଗ ମହୋତ୍ସବର ଦ୍ୱିତୀୟସଂଧ୍ୟା)

ଭୁବନେଶ୍ୱର (ଧଉଳି)୧୦/୦୨/୨୦୨୪ (ଓଡ଼ିଶା ସମାଚାର)- ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶାଡ଼୍ୟାନ୍ସ ଏକାଡ଼େମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଏବଂ ଆର୍ଟଭିଜନ୍ ଦ୍ୱାରା ଆୟୋଜିତ୨୦ତମ ଧଉଳୀ କଳିଙ୍ଗ ମହୋତ୍ସବ ର ଆଜିଥିଲା ଦ୍ୱିତୀୟ ସଂଧ୍ୟା । ଐତିହାସିକ ଧଉଳି ପାହାଡ଼ର ପାଦଦେଶ କଥକ ଓ ଓଡ଼ିଶୀ ନୃତ୍ୟ ସହିତ ମୟୁରଭଞ୍ଜ ଛଉ ନୃତ୍ୟରେ ଆଜି ଚଳଚଂଚଳ । ଏହି ଉଚ୍ଛ୍ସବର ସିଧାପ୍ରସାରଣ ଡ଼ିଡ଼ି-ଭାରତୀ ଏବଂ ଲାଇଭ୍ ଷ୍ଟ୍ରିମିଂ ଦୂରଦର୍ଶନର ସୋସିଆଲ ମିଡ଼ିଆ ପ୍ଲାଟ ଫର୍ମରେ ହେଉଅଛି ।

ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲାଇଶିରା ପାରିଖ ଓ ମୌଲିକ ଶାହାଙ୍କ ନେତୃତ୍ୱରେ ଅହମ୍ମଦାବାଦର ଅନାର୍ଟଡ଼୍ୟାନ୍ସ କମ୍ପାନୀର ଶିଳ୍ପୀମାନଙ୍କ ଦ୍ୱାରା କଥକ ନୃତ୍ୟ । ସେମାନଙ୍କ ପ୍ରଥମ ଉପସ୍ଥାପନାରେ ଥିଲା ଅନ୍ତର ନାଦ ଯାହା ମଣିଷର ପରମଶକ୍ତି ସହିତ ଦୃଢସମ୍ପର୍କର ମୂର୍ତିମନ୍ତ ପ୍ରତୀକ ଥିଲା ପରେ ପରେ ସେମାନଙ୍କର ପ୍ରସ୍ତୁତିରେ ଥିଲା ନିର୍ବିଘ୍ନମ୍ ଯେଉଁଥିରେ ଭଗବାନ ଗଣେଶଙ୍କୁ ଆରାଧନା କଲେ ମାନବ ଜାତିର ଶାନ୍ତି, ସୌହାର୍ଦ୍ଧ୍ୟ ଏବଂ ସମୃଦ୍ଧି ଆସିଥାଏ । ପରବର୍ତୀ ପ୍ରସ୍ତୁତିଟି ରାଘବ ରଘୁରାଇ, ହିନ୍ଦୁ ଧର୍ମ ଓ ପୁରାଣର ଅରାଧ୍ୟ ଦେବତା ପ୍ରଭୁ ଶ୍ରୀରାମଙ୍କ କାହାଣି ଉପରେ ଆଧାରିତ ଥିଲା । ପରେ ପରେ ବାଁଶୁରିଆ ଯେଉଁଥିରେ ଶ୍ରୀକୃଷ୍ଣଙ୍କ ମନମୁଗ୍ଧକର ଓ ମାଦକଭରା ବଂଶୀ ବାଦନକୁ ନୃତ୍ୟ ମାଧ୍ୟମରେ ବଖାଣିଥିଲେ ଶିଳ୍ପୀମାନେ । ଅନାର୍ଟଡ଼୍ୟାନ୍ସ କମ୍ପାନୀର ଶେଷ ପ୍ରସ୍ତୁତିରେ ଥିଲା ଉତ୍ସବ ଯାହା ଅନନ୍ଦ, ଉଲ୍ଲସ ଭଳି ଭାବନା ଆମର ଅନ୍ତରତମ ଭାବନା ସହିତ ଜଡ଼ିତ ଏବଂ ଉତ୍ସବ ହେଉଛି ଏହି ଭାବନାକୁ ପ୍ରକାଶ କରିବାର ଇଚ୍ଛା । ଏହିସମସ୍ତ ନୃତ୍ୟକୁ ସଂରଚନା କରିଥିଲେ ଇଶିରା ପାରିଖ ଓ ମୌଲିକ ଶାହା ।

କାର୍ଯ୍ୟକ୍ରମର ଦ୍ୱିତୀୟ ପ୍ରସ୍ତୁତିରେ ଥିଲାମୀରା ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ କଟକର ଗୁଞ୍ଜନ ଡ୍ୟାନ୍ସ ଏକାଡ଼େମୀ ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ । ନାରୀଚରିତ୍ରକୁ ସୁନ୍ଦର ଓ ସର୍ମସମ୍ମତି କ୍ରମେ ନଦୀ ଗତି ପଥକୁ ଦର୍ଶାଇଥିବା ଏକ କାଳ୍ପନିକ ବିଷୟବସ୍ତୁକୁ ନେଇ ବିନ୍ଦୁରୁ ସିନ୍ଧୁ ନୃତ୍ୟ ପରିବେଷଣ କରିଥିଲେ ଯାହାର ସଂଳାପ ପ୍ରସ୍ତୁତ କରିଥିଲେ କେଦାର ମିଶ୍ର ଓ ମୀରା ଦାସ, ସଙ୍ଗୀତ ଓ ତାଳ ସଂଯୋଜନା କରିଥିଲେ ଆନନ୍ଦ ପ୍ରସନ୍ନ ପଟ୍ଟନାୟକ ଏବଂ ନୃତ୍ୟ ସଂରଚନା କରିଥିଲେ ଗୁରୁ ମୀରା ଦାସ ।

କାର୍ଯ୍ୟକ୍ରମ ଶେଷରେ ଥିଲା ଅଭିଷେକ ତ୍ରିପାଠୀ ଓ ସାଥୀଙ୍କ ଦ୍ୱାରା ମୟୁରଭଞ୍ଜ ଛଉ ନୃତ୍ୟ ପରିବେଷଣ । ସେମାନଙ୍କ ପ୍ରସ୍ତୁତିରେ ଥିଲା ସାନ୍ନିଧ୍ୟ ଯାହା ବର୍ତମାନ ବ୍ୟବହାର ହେଉଥିବା ପ୍ଲାଷ୍ଟିକର କୁପ୍ରଭାବ ଏବଂ ଭବିଷ୍ୟତ ପିଢି ପାଇଁ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ବହନ କରିଥିଲା ଯାହାର ନୃତ୍ୟ ସଂରଚନା କରିଥିଲେ ପଦ୍ମଶ୍ରୀ ଗୁରୁ ଡକ୍ଟର ଇଲିଆନା ସିତାରିଷ୍ଟ ।

ଦ୍ୱିତୀୟ ସନ୍ଧ୍ୟାରେ ଅତିଥି ଭାବରେ ଯୋଗଦେଇଥିଲେ ଓଡ଼ିଶା ଶିଳ୍ପବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା; ଓଡ଼ିଶା ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ; ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ଡକ୍ଟର ଲଳିତ ମାନସିଂହ; ସ୍ପିକ ମାକେର ଉପ ସଭାପତି ଅଶୋକ ଜୈନ; ଓଡ଼ିଶା ଡ଼୍ୟାନ୍ସ ଏଳାଡ଼େମୀର ସଚିବ ତଥା ଓଡ଼ିଶା ସଙ୍ଗୀତ ନାଟକ ଏଳାଡ଼େମୀର ସଭାପତି ଗୁରୁ (ଡ଼ଃ) ଅରୁଣା ମହାନ୍ତି ଏବଂ ଆର୍ଟଭିଜନ ର ସଚିବ ଗୁରୁ (ଡ଼ଃ) ଇଲିୟାନା ସିତାରିଷ୍ଟ । କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡଃÿ.(ଇ.)ଶ୍ରୀନିବାସ ଘଟୁଆରୀ ଏବଂ ଅନନ୍ୟା ପରିଡ଼ା ।

Leave a Reply

Your email address will not be published. Required fields are marked *