କଥା ଦେଇ କଥା ରଖିଲେ ସତ୍ୟବାଦୀ ବିଧାୟକ

ସତ୍ୟବାଦୀ , ୨୦/୮/୨୦୨୪ (ଓଡ଼ିଶା ସମାଚାର)-କଥା ଦେଇ କଥା ରଖିଲେ ସତ୍ୟବାଦୀ ବିଧାୟକ। ଜନ୍ମ ଦିନରେ ଦେଲେ ସାଇକେଲ ଉପହାର। ପୁଣି କଥା ଦେଇ କଥା ରଖିବା ପରେ ଚର୍ଚ୍ଚା ରେ ସତ୍ୟବାଦୀ ର ବିଧାୟକ ଓମ ପ୍ରକାଶ ମିଶ୍ର।ଚଳିତ ନିର୍ବାଚନରେ ଯେତେବେଳେ ଘର ରୁ ଘର ବୁଲୁଥିଲେ ସତେବେଳେ ନଜର କୁ ଆସିଥିଲେ ସତ୍ୟବାଦୀ ବ୍ଲକ ବୀରରାମଚନ୍ଦ୍ର ପଞ୍ଚାୟତ ୧୫ନଂ ୱାର୍ଡ ମହାବଳପଡା ଗ୍ରାମର ନୀଳକଣ୍ଠ ମଲିକ ଉପରେ।ସେ ବହୁତ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଥିଲେ। ସେ ବିଧାୟକ ଙ୍କୁଦେଖିବା ମାତ୍ରେ ତାଙ୍କର ଅସୁବିଧା କଥା କହିଥିଲେ।ଶ୍ରୀ ମଲ୍ଲିକ କହିଥିଲେ ତାଙ୍କର ଗୋଟେ ସାଇକେଲ ଯିବା ଆସିବା ପାଇଁ ନିହାତି ଆବଶ୍ୟକ। ମାନ୍ୟବର ବିଧାୟକ ତାଙ୍କୁ କଥା ଦେଇଥିଲେ ତାଙ୍କୁ ଯେମିତି ହେଲେ ସାଇକେଲ ପ୍ରଦାନ କରାଯିବ। ଆଜି ସେକଥା ବାସ୍ତବ ରୂପ ନେଇଛି।ଆଜି ମାନ୍ୟବର ବିଧାୟକ ଙ୍କ ଜନ୍ମ ଦିନ ହେଇଥିବାରୁ ସେ ନିଜେ ତାଙ୍କୁ ଆଜି ସାଇକେଲ ପ୍ରଦାନ କରିଛନ୍ତି।ସାଇକେଲ ପାଇବା ପରେ ଶ୍ରୀ ନୀଳକଣ୍ଠ ଙ୍କ ଖୁସି କହିଲେ ନସରେ। ତାଙ୍କର ବହୁଦିନ ର ସ୍ୱପ୍ନ ଆଜି ପୂରଣ କରିଛନ୍ତି ମାନ୍ୟବର ବିଧାୟକ ବୋଲି କହିଛନ୍ତି।ସାଇକେଲ ବଣ୍ଟନ ସମୟରେ ପଞ୍ଚାୟତ ସଭାପତି ପ୍ରଭାକର ସ୍ୱାଇଁ,ପୂର୍ବତନ ସମିତି ସଭ୍ୟ ଶଙ୍କର୍ଷଣ ପ୍ରଧାନ, ହରପ୍ରସାଦ ରଥ ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *