କଟକ ସଦର,୨୧/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷା ସ୍ୱର୍ଗତା ବିଷ୍ଣୁପ୍ରିୟା ରାଉତଙ୍କ ନାମରେ ଗଠିତ କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ‘ଵିଷ୍ଣୁପ୍ରିୟା ସେବା ସମିତି’ ର ଅନେକ ଜନାଭିମୁଖି କାର୍ଯ୍ୟକ୍ରମ ମଧ୍ୟରେ ‘ଅନ୍ତିମ କ୍ରିୟା ଯୋଜନା’ ସାଧାରଣରେ ବେଶ୍ ଜନପ୍ରିୟ ହୋଇପାରିଛି।
ମୃତ ବ୍ୟକ୍ତିଙ୍କ ପରିବାରକୁ ଅନ୍ତିମ ସଂସ୍କାର ପାଇଁ ସରକାର ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ପ୍ରଦାନ କରୁଥିବା ବେଳେ ସେହିପରି ବିଷ୍ଣୁପ୍ରିୟା ସେବା ସମିତି ଅନ୍ତିମ କ୍ରିୟା ଯୋଜନାରେ ନିରନ୍ତର ଅନୁକମ୍ପା ସହାୟତା ରାଶି ପ୍ରଦାନ କରିଚାଲିଛି। ସେହିପରି ଜୀବ ଜଗତର ମଙ୍ଗଳ ପାଇଁ ସମିତି ପକ୍ଷରୁ ବିଭିନ୍ନ ସ୍ଥାନରେ ଆଜକୁ ଚାରିବର୍ଷରୁ ଉର୍ଦ୍ଧ୍ବ ହେବ ଚାରା ରୋପଣ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ସେଗୁଡିକର ରକ୍ଷଣାବେକ୍ଷଣର ଦାୟିତ୍ଵ ମଧ୍ୟ ବହନ କରାଯାଇ ଥିବା ଜଣାପଡିଛି।
ଏଥିସହିତ ସମିତିର ଅଧ୍ୟକ୍ଷା ଥିବା କଟକ ସଦର ପଞ୍ଚାୟତ ସମିତିର ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଦିନ ଆଉ ରାତିକୁ ଏକ କରି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସାମାଜିକ, ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ନିରାଶ୍ରୟ,ଗରିବ ଓ ରୋଗରେ ପୀଡିତ ଲୋକମାନଙ୍କୁ ସହାୟତା ର ହାତ ଵଢାଉଥିଵ ଦେଖାଯାଉଛି। ସମିତି ପକ୍ଷରୁ ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ଙ୍କ ଏତାଦୃଶ ଜନସେବା କାର୍ଯ୍ୟକ୍ରମକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଉଥିବା ଜଣାପଡିଛି।
