କେନ୍ଦ୍ରାପଡା ସହରରେ ଏସବିଆଇ ଏଟିଏମ ଅଚଳ

କେନ୍ଦ୍ରାପଡ଼ା,୨୦/୦୭/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହରର ବିଭିନ୍ନ ସ୍ଥାନରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କର ଏଟିଏମ ଗୁଡିକ ଅଚଳ ହୋଇପଡିଥିବା ଦେଖାଯାଇଛି । ଏନେଇ ଗ୍ରାହକମାନେ ବାରମ୍ବାର ଏସବିଆଇ କର୍ତୃପକ୍ଷଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ ସମସ୍ୟାର କୈାଣସି ସମାଧାନ ହୋଇନଥିବା ଦେଖିବାକୁ ମିଳିଛି ।ପୁରୁଣା ବସଷ୍ଟାଣ୍ଡର କେନ୍ଦ୍ରାପଡା ପୌରସଂସ୍ଥା କାର୍ଯ୍ୟାଳୟ ସନ୍ନିକଟରେ ଥିବା ଏସବିଆଇ ଏଟିଏମଟିରେ ବହୁ ସମୟରେ ଅଧାସଟର ପଡି ରହିଥିବା ଅଭିଯୋଗ ହୋଇଛି ।

ଗ୍ରାହକମାନେ ସେହି ଏଟିଏମକୁ ଯାଇ ବାରମ୍ବାର ଫେରୁଥିବା କହିଛନ୍ତି । ଅଧିକାଂଶ ସମୟରେ ଗ୍ରାହକମାନେ ସେହି ଏଟିଏମକୁ ଯାଇ ଦେଖିବାକୁ ପାଆନ୍ତି ଯେ କ୍ୟାସ ନାହିଁ ବା ଏଟିଏମ ଖରାପ ଅଛି । ସହରର ପୁରୁଣା ବସଷ୍ଟାଣ୍ଡରୁ ତିନିମୁହାଣି ପର୍ଯ୍ୟନ୍ତ ଏବଂ ପୁରୁଣା ବସଷ୍ଟାଣ୍ଡରୁ ସାନ୍ତସାହି ପୋଲ ପର୍ଯ୍ୟନ୍ତ କୌଣସି ଏସବିଆଇ ଏଟିଏମ ନାହିଁ । ପୂର୍ବରୁ ମୀରପାଟଣା, ଚାଟରାପାଟଣା, ମହିପାଳ ଓ ତିନିମୁହାଣି କଲେଜଛକ ଠାରେ ଥିବା ଏସବିଆଇ ଏଟିଏମ ଗୁଡିକ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି ।

ତେଣୁ ଗ୍ରାହକମାନେ ଅର୍ଥ ଉଠାଇବାକୁ ନାହିଁ ନଥିବା ସାମସ୍ୟାର ସମ୍ମୁୁଖୀନ ହେଉଛନ୍ତି । ଯଥାଶୀଘ୍ର ନୂତନ ଏଟିଏମ ଖୋଲାଯିବା ସହ ପୁରୁଣା ବସଷ୍ଟାଣ୍ଡରେ ଥିବା ଏଟିଏମକୁ ସର୍ବଦା ସଚଳ ରଖାଯିବାକୁ କଂଗ୍ରେସ ସଂଖ୍ୟାଲଘୁ ନେତା ସୟଦ ଅବଦୁଲ ସତାର ଓ ଯୁବ କଂଗ୍ରେସ ନେତା ରାଜେଶ ଓଝା ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *