ଅଲ୍ ଓଡିଶା ଟି ଏସ୍ ଆଇ କେ ଏଫ୍ କରାଟେ ଚାମ୍ପିଅନସିପ ୨୦୨୬ ଅନୁଷ୍ଠିତ

କଟକ ୧୯/୦୭/୨୦୨୬ ( ଓଡିଶା ସମାଚାର /ଅଭୟ ଜେନା) ଦ୍ୱାଦଶ ଅଲ୍ ଓଡିଶା ଟିଏସ୍ଆଇକେଏଫ୍ କରାଟେ ଚାମ୍ପିଅନସିପ ୨୦୨୬ ଜବାହରଲାଲ ନେହେରୁ ଇଣ୍ଡୋର୍ ଷ୍ଟାଡିୟମରେ ମହାସମାରୋହରେ ଉଦଯାପିତ ହୋଇଯାଇଛି ।

ଓଡିଶା ଟ୍ରାଡିସନାଲ ଶୋଟକଣ କରାଟେ ଡ଼ୁ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଏହି କରାଟେ ଚାମ୍ପିଅନସିପ ପ୍ରତିଯୋଗିତାରେ  କଟକ, ଖୋର୍ଦ୍ଧା, କେନ୍ଦ୍ରାପଡା, ପାରାଦୀପ ଓ ଭୁବନେଶ୍ବରରୁ ୪୦୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶଗ୍ରହଣ କରି ନିଜ ନିଜର ଆତ୍ମରକ୍ଷା କୌଶଳ ଅତି ଚମତ୍କାର ଭାବରେ ପ୍ରଦର୍ଶନ କରିଥିଲେ । ସମସ୍ତ ପ୍ରତିଯୋଗିତାକୁ ୬୦ ରୁ ଉର୍ଦ୍ଧ ଦକ୍ଷ ପ୍ରଶିକ୍ଷକ ସୁଚାରୁରୂପେ ପରିଚାଳନା କରିଥିଲେ । ଏହି ଅବସରରେ ଆସୋସିଏସନର ସଂପାଦକ ଆଦିତ୍ୟ ମିଶ୍ର,ସଭାପତି ପ୍ରଭାତ ପାଣି ଓ କୋଷାଧ୍ୟକ୍ଷା ଦୀପ୍ତିମୟୀ ମିଶ୍ର ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବରେ ସମ୍ପନ୍ନ ହେବାରେ ସହାୟତା ପ୍ରଦାନ କରିଥିଲେ। ପରିଶେଷରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମେଡାଲ,ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *