ଚିକିତ୍ସା ବିଜ୍ଞାନର ଏକ ଅନନ୍ୟ ପୁରାତନ ଚିକିତ୍ସା ପଦ୍ଧତି “ଇଲେକ୍ଟ୍ରୋ ହୋମିଓପାଥିକ “

କଟକ, ୧୯/୦୭/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )”ବୃକ୍ଷ ହିଁ ଜୀବନ “ଯାହା ଖାଦ୍ୟ ଓ ଔଷଧ ଭାବରେ ଜୀବନ ରକ୍ଷାର ଶ୍ରେଷ୍ଠ ପ୍ରାକୃତିକ ଉତ୍ସ ଏବଂ ପ୍ରକୃତି ଜାତ ବନସ୍ପତି ରୁ ପ୍ରସ୍ତୁତ ଇଲେକ୍ଟ୍ରୋ ହୋମିଓ ଚିକିତ୍ସା ଏକ ପାର୍ଶ୍ୱ ପ୍ରତିକ୍ରିୟା ବିହୀନ ପ୍ରୟୋଗ ଵିଧି ଭାବରେ ଜନ ସମାଜର ସହାୟକ ହୋଇ ପାରିଛି ।

ମାତ୍ର ଆଜି ପର୍ଯ୍ୟନ୍ତ ଏହି ଚିକିତ୍ସା ବିଜ୍ଞାନ କୁ ସରକାର ଅନୁମୋଦିତ ନ କରିବା ବେଶ ନୈରାଶ୍ୟ ଜନକ ବୋଲି କଟକ ଶତାବ୍ଦୀ ଭବନଠରେ ଆୟୋଜିତ “ଇଲେକ୍ଟ୍ରୋଫଣ୍ଡାସେମି – ୨୦୨୬ “ରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ରାଜ୍ୟ ଇଲେକ୍ଟ୍ରୋ ହୋମିଓ ମେଡିକାଲ ସୋସାଇଟି ଏବଂ ରିସର୍ଚ୍ଚ ପ୍ରତିଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଇଲେକ୍ଟ୍ରୋ ହୋମିଓ ଚିକିତ୍ସକ ମାନେ ଯୋଗ ଦେଇ ମତ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *