କେନ୍ଦ୍ରାପଡ଼ା, ୧୯/୦୭/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ମକ୍କଦ୍ଧମ ପରିବାରର କୂଳଦେବତା ଶ୍ରୀ ଶ୍ରୀଗୋପାଳଜୀୟୁଙ୍କ ମନ୍ଦିର ପ୍ରତିଷ୍ଠାର ପଂଚମ ବାର୍ଷିକ ଉତ୍ସବ ଶ୍ରୀଜୀୟୁଙ୍କ ମନ୍ଦିର ପରିସରରେ ଅନୁଷ୍ଠିିତ ହୋଇଯାଇଛି । ଏହି ଉପଲକ୍ଷେ ଶ୍ରୀଜୀୟୁଙ୍କ ମନ୍ଦିରରେ ପ୍ରାତଃରେ କଳସ ସ୍ଥାପନ କରାଯିବା ପରେ ଅଙ୍କୁରରୋପଣ, ସୂର୍ଯ୍ୟପୂଜା, ମହାସ୍ନାନ, ହୋମଯଜ୍ଞ, ଗୀତାଯଜ୍ଞ ସହିତ ଷୋଡଶ ଉପଚାରରେ ପୂଜା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନ ଅଧିକାରୀ ପ୍ରବୋଧ କୁମାର ଦାସ ଏବଂ ଗୀତାଞ୍ଜଳି ଦାସ କର୍ତା ଓ କର୍ତୀ ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ । ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ବିଜୟ କିଶୋର ଦାସ, ସନ୍ତୋଷ କୁମାର ଦାସ, ଗୌରଗୋପାଳ ଦାସ, ବ୍ରଜଗୋପାଳ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ପୂଜକ ଭାବରେ ଲକ୍ଷ୍ମୀଧର ମହାପାତ୍ର କାର୍ଯ୍ୟନିର୍ବାହ କରିଥିଲେ ।
ଗ୍ରାମର ଅଧିକାରୀ ରାଜେନ୍ଦ୍ର ପ୍ରସାଦ ଦାଶ, ଅଧିକାରୀ ରସାନନ୍ଦ ଦାଶ, ସରୋଜକାନ୍ତ ପତି, ଆକୁଳାନନ୍ଦ ବେହେରା, ନକୁଳାନନ୍ଦ ବେହେରା, ଅକ୍ଷୟ କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
