କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଠକ ସମାଜସେବୀ ଶଶଧର ପଣ୍ଡା ଗିରଫ 

କଟକ ସଦର,୧୯/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଉରକେଲା ଅଞ୍ଚଳର ଜନୈକ ଠକ ସମାଜସେବୀ ଶଶଧର ପଣ୍ଡାଙ୍କୁ ଠକେଇ ଅଭିଯୋଗରେ କମିଶନରେଟ କଟକ ମଙ୍ଗଳାବାଗ ପୋଲିସ ଆଜି ରବିବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।ଠକ ଶଶଧର ପଣ୍ଡା ବିଭିନ୍ନ ସମୟରେ ନିଜକୁ ଜଣେ ବରିଷ୍ଠ ଶିକ୍ଷାବିତ୍, ସମାଜସେବୀ, ସାହିତ୍ୟିକ ର ପରିଚୟ ଦେଇ ବଡ଼ ବଡ଼ ସଭାସମିତିରେ ଟଙ୍କା ଦେଇ ଅତିଥି ହୋଇ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ବିଭିନ୍ନ ଥାନାରେ ଅଭିଯୋଗ ରହିଛି।

ଏପରିକି ଏହି କଳାକାରନାମା ପାଇଁ ତାଙ୍କୁ ଏକାଧିକ ଥର ଜେଲ ଯିବାକୁ ପଡିଛି ବୋଲି ଜଣାପଡିଛି।ଏବେ କଟକ ସିଡିଏ ଅଞ୍ଚଳର ଜନୈକ ବ୍ୟକ୍ତିଙ୍କ ସହିତ ବନ୍ଧୁତା ସ୍ଥାପନ କରି ତାଙ୍କ ଠାରୁ ୬୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ‌ହୋଇଥିଲା। ଏହି ଠକ ସମାଜସେବୀ ସହିତ ସାଲେପୁର ଅଞ୍ଚଳର ଜନୈକ ୟୁଟ୍ୟୁବରଙ୍କ ସହିତ ସମ୍ପର୍କ ଥିବା ସମ୍ପର୍କରେ ପୋଲିସ ଜାଣିବାକୁ ପାଇଛି।

Leave a Reply

Your email address will not be published. Required fields are marked *