ଯୁବ ସମାଜସେବୀ ରକ୍ତଦାତା ଙ୍କ ମହାନତା

କଟକ ୧୮/୦୭/୨୦୨୬ (ଓଡିଶା ସମାଚାର / ଅଭୟ ଜେନା) ରକ୍ତଦାନ ମହା ସେବାରେ ବ୍ରତୀ ଯୁବ ସ୍ବେଛାସେବୀ ପ୍ରକାଶ ଚନ୍ଦ୍ର ମହାପାତ୍ର । ଏଯାବତ୍ ୨୯ ବର୍ଷ ବୟସରେ ସେ ୫୨ ତମ ରକ୍ତଦାନ ମଧ୍ୟରୁ ନଅ ଥର ସିଙ୍ଗିଲ ଡୋନର ପ୍ଲାଟଲେଟ(ଏସଡିପି) ଏଵଂ ୪୩ ଥର ହୋଲ ହ୍ୟୁମାନ ବ୍ଲଡ(ସମ୍ପୂର୍ଣ୍ଣ ରକ୍ତ) ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି । ଯୁବ ସାମାଜିକ କର୍ମୀ ତଥା ବହୁମୂଖୀ ପ୍ରତିଭା ପ୍ରକାଶ ମୟୁରଭଂଜ ଜିଲ୍ଲା ଚନ୍ଦୁଆ ଥାନା ଗୁଣ୍ଡୁରୀଲୋଚା ଗ୍ରାମରେ ଜନ୍ମିତ ପ୍ରକାଶ କଲେଜ ରେ ପାଠ ପଢିବା ସମୟରୁ ସମାଜ ସେବାରେ ଆଗ୍ରହୀ । ଏନସିସି, ଏନଏସଏସ,ଜାତୀୟ ଯୁବ ପ୍ରକଳ୍ପ, ରେଡକ୍ରସ ଆଦି ସଂସ୍ଥା ସହ ଯଡିତ ହୋଇ ବହୁ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ ରଖିଛନ୍ତି ।

୨୦୦ ରୁ ଅଧିକ ରକ୍ତଦାନ ଶିବିର ଆୟୋଜନ, ଯୁବ ଶିବିର ଆୟୋଜନ,ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା,ବେକାରୀ ସମସ୍ୟା ଦୂରୀକରଣ,ବୃକ୍ଷ ରୋପଣ ଆଦି କାମରେ ନିଜକୁ ସାମିଲ ରଖିଛନ୍ତି । ରେଭେନ୍ସା ବିଶ୍ୱ ବିଦ୍ୟାଳୟରୁ ସ୍ନାତକତର କରିବା ସହ ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଛନ୍ତି । ଅଧୁନା ସେ ଶାହୀ ଏକପୋର୍ଟ ପ୍ରାଇଭେଟ ଲିମିଟେଡ଼ରେ  ଓଏସଡିଏ ପ୍ରୋଜେକ୍ଟରେ ଟ୍ରେନିଂ ସେଣ୍ଟର ମୁଖ୍ୟ ଭାବେ କାର୍ଯ୍ୟରତ ।

Leave a Reply

Your email address will not be published. Required fields are marked *