୩୫ ପୌରାଂଚଳ ଅଧ୍ୟକ୍ଷ ପଦବୀ ସଂରକ୍ଷଣ ଚିଠା ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୧୭/୦୭/୨୦୨୬(ଓଡ଼ିଶା ସମାଚାର)- ରାଜ୍ୟରେ ପୌର ଭୋଟ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ନବଗଠିତ ୨୯ ଏନଏସି ଓ ୬ ମ୍ୟୁନିସପାଲଟିରେ ଅଧ୍ୟକ୍ଷ ପଦବୀ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି ।

ଓଡ଼ିଶା ମ୍ୟୁନିସପାଲଟି ଆକ୍ଟ-୧୯୫୦ ଓ ଓଡ଼ିଶା ମ୍ୟୁନିସପାଲଟି ରୁଲସ-୧୯୯୪ର ବିଭିନ୍ନ ପ୍ରାବଧାନ ଆଧାରରେ ଏହି ଚିଠା ବିଜ୍ଞପ୍ତି ଜାରି କରି ୧୫ଦିନ ସୁଦ୍ଧା ଆପତି-ଅଭିଯୋଗ ଓ ମତାମତ ଲୋଡ଼ିଛନ୍ତି ରାଜ୍ୟ ସରକାର । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ରାଜ୍ୟ ପୌର ପ୍ରଶାସନର ନିର୍ଦେଶକଙ୍କ କାର୍ଯ୍ୟାଳୟରେ ଦାଖଲ ହୋଇଥିବା ସମସ୍ତ ଆପତି ଓ ପରାମର୍ଶକୁ ବିଚାରକୁ ନେବା ପରେ ହିଁ ସରକାର ସଂରକ୍ଷଣ ବ୍ୟବସ୍ଥାକୁ ଚୂଡ଼ାନ୍ତ ରୂପ ଦେବେ ବୋଲି ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି ।

Leave a Reply

Your email address will not be published. Required fields are marked *