ପିଏମ୍ ଶ୍ରୀ ଭୁବନ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ଗଠନ 

 ଭୁବନ, ୧୫/୦୭/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନର ସର୍ବ ପୁରାତନ ଉଚ୍ଚ ବିଦ୍ୟାଳୟ ପି ଏମ ଶ୍ରୀ ଭୁବନ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ଗଠିତ ହୋଇଯାଇଛି। ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଇନ୍ଦ୍ରଜିତ ମଲିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିର୍ବାଚନରେ ସମୁଦାୟ ୧୫  ଜଣ ସଭ୍ୟ ସଭ୍ୟା ଙ୍କ ମଧ୍ୟରୁ ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ବସନ୍ତ କୁମାର ପୋଥାଳ ୧୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଉପାଧ୍ୟକ୍ଷା ଭାବେ ମମତା ସାହୁ ନିର୍ବାଚିତ ହୋଇଛନ୍ତି ।

ଅନ୍ୟ ମାନଙ୍କ ମଧ୍ୟରେ ନିତ୍ୟାନନ୍ଦ ବେହେରା, ନବ କିଶୋର ପ୍ରଧାନ, ହୃଦାନନ୍ଦ ମଲ୍ଲିକ,ହୃଷିକେଶ ନାୟକ,ହୃଦାନନ୍ଦ ବେହେରା,କୃଷ୍ଣଚନ୍ଦ୍ର ଦାସ,ନମିତା ପୋଥାଳ,ସୁଜାତା ନନ୍ଦୀ,ଲୋପାମୁଦ୍ରା ମହାରଣା,ଅନିତା ଦାସ, ପୁଷ୍ପା ମଲିକ,ତୁଳସୀ ମହାପାତ୍ର  ପ୍ରମୁଖ ସଭ୍ୟ/ସଭ୍ୟା ଭାବେ ମନୋନୀତ ହୋଇଥିଲେ ।

ପର୍ଯ୍ୟବେକ୍ଷକ ଭାବେ ୧ ନମ୍ବର ୱାର୍ଡ କାଉନସିଲର ଗିରିଧାରୀ ସାହୁ ଯୋଗଦେଇଥିବା ବେଳେ ଆଶାକର୍ମୀ ସୁମତି ନାୟକ,ଅଙ୍ଗନୱାଡି କର୍ମୀ ବାଣୀଶ୍ରୀ ବେହେରା, ସହକାରୀ ଶିକ୍ଷୟିତ୍ରୀ ଜୟଶ୍ରୀ ସ୍ୱାଇଁ ଉପସ୍ଥିତ ଥିଲେ।  ସମସ୍ତ ସଭ୍ୟ ସଭ୍ୟାଙ୍କୁ ବିଦ୍ୟାଳୟ ତରଫରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *