କଟକ,୦୫/୦୭/୨୦୨୬(ଓଡ଼ିଶା ସମାଚାର) : ୪୨ ମୌଜା ଭାରଗୋଳ ନିବାସୀ ତଥା ଶ୍ରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶିକ୍ଷାବିତ୍ ଶ୍ରୀଯୁକ୍ତ ବିଶ୍ୱରଞ୍ଜନ ତ୍ରିପାଠୀ ଜୀଙ୍କ ଧର୍ମପତ୍ନୀ ଦମୟନ୍ତୀ ତ୍ରିପାଠୀ(୩୯)ଙ୍କ ପରଲୋକ ଗମନ ଘଟିଛି । ଅକାଳ ବିୟୋଗରେ ସମଗ୍ର ୪୨ ମୌଜା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସେ ଜଣେ ସମାଜସେବୀ, ପରୋପକାରୀ,ଧର୍ମପରାୟଣ,ସୁଗୃହିଣୀ, ମେଳାପି,କର୍ମଠ ତଥା ଆଦର୍ଶ ନାରୀ ପ୍ରତିଭା ରୂପେ ସର୍ନ ଜନ ବିଦିତ ପ୍ରତିଭା ଥିଲେ । ପୁତ୍ର ସାଇ ଅଭିମାନ ତ୍ରିପାଠୀ ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ସମୟରେ ବଡ଼ଭାଇ ବିଶ୍ଵଜୀବନ ତ୍ରିପାଠୀ,ପୁତୁରା ଅଭିଜିତ୍ ତ୍ରିପାଠୀ, ଅରିଜିତ୍ ତ୍ରିପାଠୀ,ବିଶିଷ୍ଟ ଶିକ୍ଷାବିତ୍ ସୁମିତା ଦେବତା,ସାମାଜିକ କର୍ମୀ ରବିନ୍ଦ୍ର ଦେବତା ପ୍ରମୁଖ ଉପସ୍ଥିତ ଥିଲେ । ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଗ୍ରାମବାସୀ ମୃତକଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ ।
