ସମାଜସେବୀଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୦୪/୦୭/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅଧିନ ସାନମାଣିତିଆ ଗ୍ରାମପଂଚାୟତର ବଡମାଣିତିଆ ଗ୍ରାମର ସମାଜସେବୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଦ୍ୱାଦଶାହ ଅବସରରେ ଏକ ସ୍ମୃତିସଭା ତାଙ୍କ ବଡମାଣିତିଆ ବାସଭବନରେ ଅନୁଷ୍ଠିତ ହୋଇଯାଇଛି ।

ସୁବାସ ଚନ୍ଦ୍ର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ପୂର୍ବତନ ଜିଲା ପରିଷଦ ସଭାପତି ମାନସ କୁମାର ପରିଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ସ୍ଥାନୀୟ ସରପଂଚ ବିଭୁତିଭୂଷଣ ମଳିକ, ପ୍ରାକ୍ତନ ସରପଂଚ ଜୟ ପ୍ରକାଶ ଗିରି ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାସଙ୍କ ସ୍ମୃତିଚାରଣ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରମେଶ ବାରିକ, ଅକ୍ଷୟ କୁମାର ବିଶ୍ୱାଳ, ପ୍ରଦୀପ ରାଉତ, ଅନୁପ ପରିଡା, ରାଜେଶ ପଣ୍ଡା, ସୁଲେଖ ସାହୁ, ନାଗମଣି ରାଉତ, ରବୀନ୍ଦ୍ର ପରିଡା, ବୈଷ୍ଣବ ରାଉତ, ନିହାର ରାଉତ, ପ୍ରଦିପ ପରିଡା, ଅଲେଖ ଦାସ ଓ ଘାଘରା ସରପଂଚଙ୍କ ସମେତ ଶତାଧିକ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *