ଗୌରାଙ୍ଗ ସେଠୀଙ୍କୁ ଆକ୍ରମଣ ଓ ନିଖୋଜକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟି ତରଫରୁ ପୀଡିତଙ୍କ ଘରକୁ ଯାଇ ପରିବାରଙ୍କୁ ଆଶ୍ୱାସନା ଦେଲେ

ଆଳି,୦୪/୦୬/୨୦୨୬ (ଓଡ଼ିଶା ସମାଚାର)- ଗତ ତା ୨୮/୦୫/୨୬ରିଖରେ ଆଳି ବ୍ଲକ ଅନ୍ତର୍ଗତ ବାଟିପଡା ପଞ୍ଚାୟତ ସ୍ଥିତ ମହାଦେଇପାଟଣା ଗ୍ରାମର ଯୁବକ ଗୌରାଙ୍ଗ ସେଠୀଙ୍କୁ ସଂଘବଦ୍ଧ ଆକ୍ରମଣ ଓ ଏବେ ପର୍ଯ୍ୟନ୍ତ ତାର ସନ୍ଧାନ ମିଳୁନଥିବାକୁ କେନ୍ଦ୍ରକରି କେନ୍ଦ୍ରପଡ଼ା  ଜିଲ୍ଲା କଂଗ୍ରେସ କମିଟିର ସଭାପତି ଡ଼ଃ ଦେବସ୍ମିତ। ଶର୍ମାଙ୍କ ଦ୍ୱାରା ଗଠିତ ତଥ୍ୟ ଅନୁସନ୍ଧାନ କମିଟି ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ଜିଲ୍ଲା ସଙ୍ଗଠନ ଉପସଭାପତି ସତ୍ୟପ୍ରିୟ ସାମଲ, ଆଳି ବ୍ଲକ କଂଗ୍ରେସ ସଭାପତି ରବିନାରାୟଣ ବେହେରା, ରାଜକନିକା ବ୍ଳକ କଂଗ୍ରେସ ସଭାପତି ପଙ୍କଜ ଦାଶ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲକ୍ଷ୍ମୀପ୍ରିୟା ନାୟକ, ରାମମୋହନ ସ୍ୱାଇଁ, ଅଜୟ ଜେନା, ପ୍ରଭାକର ସାହୁ, ମାନଗୋବିନ୍ଦ ଦାସ, ଚୈତନ୍ୟ ମଲିକ୍, ସୌଭାଗ୍ୟ ରାଉତ, ସୁରେନ୍ଦ୍ର ପାଣ୍ଡବ, ଦୀପକ କୁମାର ପରିଡା ପ୍ରମୁଖ ଆଳି ବ୍ଲକ ଅନ୍ତର୍ଗତ ବାଟିପଡ଼ା ପଞ୍ଚାୟତର ମହାଦେପାଟଣା ଗ୍ରାମକୁ ଗସ୍ତ କରି ନିଖୋଜ ଗୌରାଙ୍ଗ ସେଠୀଙ୍କ ପରିବାର ଓ ଗ୍ରାମବାସୀ ଙ୍କ ସହିତ ଆଲୋଚନା କରିବା ସହିତ ଆକ୍ରମଣର ଶିକାର ହୋଇଥିବା ଗୌରାଙ୍ଗ ସେଠୀଙ୍କ ପରିବାର ସହ ସାକ୍ଷାତ କରି ସାନ୍ତ୍ୱନା ପ୍ରଦାନ କରିଥିଲେ।

ପ୍ରତିନିଧି ମଣ୍ଡଳୀ ଅଭିଯୋଗ କରିଛି ଯେ କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ଦ୍ୱାରା ଗୌରାଙ୍ଗ ସେଠୀଙ୍କ ଉପରେ ଅତର୍କିତ ଆକ୍ରମଣ ହେବା ପରେ ତାଙ୍କର କୌଣସି ସଠିକ୍ ଖୋଜଖବର ମିଳୁନାହିଁ। ଏହା ଫଳରେ ପରିବାର ଲୋକମାନେ ଗଭୀର ଆତଙ୍କ ଓ ଭୟ ମଧ୍ୟରେ ଦିନ କାଟୁଛନ୍ତି। ଘଟଣାରେ ପୋଲିସର ନିଷ୍କ୍ରିୟତା ଏବଂ ତଦନ୍ତରେ ଅପାରଗତା ପ୍ରତି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଜିଲ୍ଲା କଂଗ୍ରେସ ସଭାପତି ଡ଼ଃ ଦେବସ୍ମିତ। ଶର୍ମା କହିଛନ୍ତି ଯେ ପୋଲିସ ପ୍ରଶାସନ ତୁରନ୍ତ ଏହି ଘଟଣାର ନିରପେକ୍ଷ ତଦନ୍ତ କରି ଗୌରାଙ୍ଗ ସେଠୀଙ୍କ ସମ୍ପର୍କରେ ସଠିକ୍ ସୂଚନା ପ୍ରଦାନ କରିବା ସହ ଦୋଷୀମାନଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ଜିଲ୍ଲା କଂଗ୍ରେସ କମିଟି ପୀଡ଼ିତ ପରିବାର ସହ ଦୃଢ଼ ଭାବରେ ଛିଡ଼ା ହୋଇ ରହିଛି ଏବଂ ନ୍ୟାୟ ପ୍ରଦାନ ପାଇଁ ସମସ୍ତ ପ୍ରକାର ଗଣତାନ୍ତ୍ରିକ ସଂଗ୍ରାମ ଜାରି ରଖିବ ବୋଲି ସେ ପ୍ରକାଶ କରିଛନ୍ତି ।।

Leave a Reply

Your email address will not be published. Required fields are marked *