ଅଘଟଣ: କାଠଯୋଡି ନଦୀରରେ ବୁଡି ଛାତ୍ର ନିଖୋଜ 

କଟକ ସଦର,୦୪/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କମିଶନରେଟ ବାରଙ୍ଗ ଥାନା ଅନ୍ତର୍ଗତ ଜରିପଡା ଆଇଟିଆଇ ନିକଟସ୍ଥ କାଠଯୋଡି ନଦୀରେ ବୁଡି ଜନୈକ ଛାତ୍ର ନିଖୋଜ ଥିବା ଜଣାପଡିଛି।

ପ୍ରକାଶ ଯେ ଆଜି ଗୁରୁବାର ଦିନ ଉକ୍ତ ସ୍ଥାନକୁ ଭୋଜି କରିବାକୁ ଆସିଥିବା ୪/୫ ଜଣ ଛାତ୍ର ଅପରାହ୍ନରେ ନଦୀରେ ଗାଧୋଉଥିବା ବେଳେ ଜଣଙ୍କ ପାଇଁ ଗାଧୁଆ ହେଲା କାଳ। ନିଖୋଜ ଥିବା ଛାତ୍ର ର ପରିଚୟ ମିଳିଛି ।  ଭୁବନେଶ୍ୱର ରାମମନ୍ଦିର ଅଞ୍ଚଳର ହେମନ୍ତ କୁମାର ଦାଶ ।  ରାତି ହୋଇଥିବା କାରଣରୁ ଅଗ୍ନିଶମ ବିଭାଗ ପକ୍ଷରୁ ତଲାସୀ ଅଭିଯାନ ସ୍ଥଗିତ ରହିଛି।

Leave a Reply

Your email address will not be published. Required fields are marked *